No Result
View All Result
ପୋଲିସ ଲୋକଙ୍କୁ ଆତଙ୍କବାଦ ମୁକ୍ତ ଜଳବାୟୁ ଦେବା ପାଇଁ ଅପରାଧିକ କାର୍ଯ୍ୟକୁ ସମୂଳେ ନାଶ କରିବ ଜଗତସିଂହପୁର ଜିଲ୍ଲା କୃଷ୍ଣଚନ୍ଦ୍ରପୁର ଥାନା
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) କୃଷ୍ଣଚନ୍ଦ୍ରପୁର :- ଜଗତସିଂହପୁର ଜିଲ୍ଲା କୃଷ୍ଣଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅସାମାଜିକ ବ୍ୟକ୍ତି ତଥା ଦୁର୍ଦ୍ଦାନ୍ତ ଅପରାଧୀ ଏସ. କେ ଆସିଫ୍ ଅଲ୍ଲୀ କୁ କବଜା କରିଛି କୃଷ୍ଣଚନ୍ଦ୍ର ପୁର ପୋଲିସ । ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ଧରି ଉକ୍ତ ଅଭିଯୁକ୍ତ ନାମରେ ଅନେକ ମାମଲା ରୁଜ୍ଜୁ କରାଯାଇଥିଲା । ପୁର୍ବରୁ ପୋଲିସ ହାତ ରେ ଧରା ପଡ଼ିଥିବା ଏସ କେ ଆବିଦ୍ ଅଲ୍ଲୀ ଗୋଷ୍ଠୀର ଆସିଫ୍ ଅଲ୍ଲୀ ଏକ ସକ୍ରିୟ ସଦସ୍ୟ ଥିଲା ।
ଏହା ପୂର୍ବରୁ ଉକ୍ତ ଅଭିଯୁକ୍ତ ବଳାତ୍କାର ମାମଲାରେ ଏକ ବର୍ଷ ଜେଲରେ ରହିଥିଲା । ଜେଲ୍ ରୁ ମୁକୁଳିବା ପରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇ ଏସ କେ ଆବିଦ୍ ଅଲ୍ଲୀ ଏବଂ ଅନ୍ୟମାନଙ୍କ ସହ ଏକ ଦଳ ଗଠନ କରିଥିଲା । ଯାହାକୁ ଧରିବା ପାଇଁ ପୋଲିସ ବହୁ ଆଗରୁ ଏକ ଯୋଜନା ଚଳାଇଥିଲା । କୃଷ୍ଣଚନ୍ଦ୍ରପୁର ପୋଲିସ 10 ଦିନ ପୂର୍ବରୁ କ୍ରିମିନାଲ ଦଳର ମାଷ୍ଟର ମାଇଣ୍ଡ ଏସ କେ ଆବିଦ୍ ଅଲ୍ଲୀଙ୍କୁ ଗିରଫ କରିଥିଲା ଏବଂ ଗତ କାଲି ସେହି ଗ୍ୟାଙ୍ଗର ସକ୍ରିୟ ଅଭିଯୁକ୍ତ ଏସ ଆସିଫ୍ ଅଲ୍ଲୀ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ପ୍ରଶାସନ ।
ଉକ୍ତ ଅଭିଯୁକ୍ତ ଠାରୁ ଏକ ବୁଲେଟ୍ ଗାଡ଼ି ଜବତ ହେବା ସହ ମରଣାତ୍ମକ ଅସ୍ତ୍ର ଶସ୍ତ୍ର ଜବତ ହୋଇଛି । ଏହି କ୍ରିମିନାଲ ଗ୍ୟାଙ୍ଗ ର ସମସ୍ତ ସଦସ୍ୟ ଜଣେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ପୋଲିସ ପ୍ରକାଶ କରିଛି । ଏବଂ ଅନେକ ବେଆଇନ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହି ପୋଲିସ ଠାରୁ ଲୁଚି ରହୁଥିଲେ ଏବଂ ସ୍ଥାନୀୟ ଲୋକ ଙ୍କୁ ଆତଙ୍କିତ କରି ଧନ ଜୀବନ ଲୁଟ୍ କରି ଚାଲିଥିଲେ । ପୋଲିସ ଲୋକଙ୍କୁ ଆତଙ୍କବାଦ ମୁକ୍ତ ଜଳବାୟୁ ଦେବା ପାଇଁ ଅପରାଧିକ କାର୍ଯ୍ୟକୁ ସମୂଳେ ନାଶ କରିବା ଭଳି କୃଷ୍ଣଚନ୍ଦ୍ରପୁର ପୋଲିସ କାର୍ଯ୍ୟାନୁଷ୍ଠାନକୁ ଜୋରଦାର ଚଳାଇଛି ।
No Result
View All Result