No Result
View All Result
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ସୋମାଣା ଶାସନ ଗ୍ରାମ ପଞ୍ଚାୟତର ବରଦାପଡ଼ା ସ୍ଥିତ ସନ୍ ଫ୍ଲାୱର୍ କଲ୍ୟାଣ ମଣ୍ଡପ ଠାରେ ଆଜି ପୂର୍ବାହ୍ ରେ ସମାଜସେବୀ ସ୍ବର୍ଗତ ନରେନ୍ଦ୍ରନାଥ ଦାଶଙ୍କ ସ୍ମୃତିରେ ଗଠିତ ନରେନ୍ଦ୍ରନାଥ ସ୍ମୃତି ଟ୍ରଷ୍ଟର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଆର୍ଯ୍ୟ ସମାଜର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଛତିଆ ସିଦ୍ଧଗିରି ଆଶ୍ରମର ମହନ୍ତ ବାବା ବିଶ୍ଵନାଥ ମହାରାଜ,ସହକାରୀ ଶ୍ରମ ଅଧିକାରୀ ସତ୍ୟ ନାରାୟଣ ଆଚାର୍ଯ୍ୟ ଓ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ଯୋଗଦେଇ ସ୍ବର୍ଗତ ନରେନ୍ଦ୍ର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ସ୍ମୃତି ଚାରଣ କରିଥିଲେ।
ତାଙ୍କର ଜନସେବା ମନୋବୃତ୍ତି ଓ ସରଳ ଆମାୟିକ ବ୍ୟବହାର ଦ୍ଵାରା ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ରାଜନୈତିକ ଓ ସାମାଜିକ ଜୀବନ ରେ ସେ ଅନେକ୍ ଙ୍କ ପାଇଁ ଅନୁକରଣୀୟ ହୋଇ ରହିବେ ବୋଲି ବକ୍ତା ମାନେ ମତ ରଖିଥିଲେ।ପ୍ରାରମ୍ଭ ରେ ଟ୍ରଷ୍ଟ ର ଉପଦେଷ୍ଟା ରସାନନ୍ଦ ପରିଡ଼ା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଟ୍ରଷ୍ଟ ର ସମ୍ପାଦିକା ସୁନନ୍ଦା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।କାର୍ଯ୍ୟକ୍ରମରେ ସାଇ ଇଣ୍ଟିଗ୍ରାଲ ସ୍କୁଲର ଛାତ୍ରୀ ଶିବାନୀ ପାଇକରାୟ ଚିତ୍ତାକର୍ଷକ ଯୋଗ ପ୍ରଦର୍ଶନ ଓ ସାଇ ସ୍ମରଣିକା ମିଶ୍ର,
ଆହାନା ହଂଶିକା ସାହୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ମାଟ୍ରିକ ପରୀକ୍ଷାରେ ବ୍ଲକ ସ୍ତରରେ ଶ୍ରେଷ୍ଠ ହୋଇଥିବା ମୋନାଲିସା ଆଚାର୍ଯ୍ୟ,ବିଭୁପ୍ରସାଦ ମହାପାତ୍ର ଓ ଶାଶ୍ଵତୀ କୁଣ୍ଡୁ ଙ୍କୁ ପ୍ରମାଣପତ୍ର ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡ୍ ରଘୁନାଥ ମିଶ୍ର,ଭଗବାନ ସାହୁ,ପ୍ରଶାନ୍ତ ବିଶ୍ଵାଳ,ନିରଞ୍ଜନ ନାୟକ,ଗୋବିନ୍ଦ ବେହେରା,ରବୀନ୍ଦ୍ର ପାଳ,କୃଷ୍ଣଚନ୍ଦ୍ର ଦାସ ଓ ହରେକୃଷ୍ଣ ଜେନାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଦିଲ୍ଲୀପ ରଥ,ଶୁଭେନ୍ଦୁ ଦାଶ ଓ ଶୈଲେନ୍ଦୁ ଦାଶ ପରିଚାଳନା କରିଥିଲେ।
No Result
View All Result