• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ଓଡ଼ିଶା ଦିବସ : ‘ଆମର ସମୃଦ୍ଧ ଇତିହାସ ତ୍ୟାଗ, ବୀରତ୍ୱ ଏବଂ ଗୌରବୋଜ୍ଜ୍ୱଳ କାହାଣୀରେ ପରିପୂର୍ଣ୍ଣ’ ‘ଓଡ଼ିଶାର ଇତିହାସ ସବୁବେଳେ ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇ ଆସିଛି’

Proprietor Abhimanyu Maharana by Proprietor Abhimanyu Maharana
April 2, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ : ‘ଆମର ସମୃଦ୍ଧ ଇତିହାସ ତ୍ୟାଗ, ବୀରତ୍ୱ ଏବଂ ଗୌରବୋଜ୍ଜ୍ୱଳ କାହାଣୀରେ ପରିପୂର୍ଣ୍ଣ’ ‘ଓଡ଼ିଶାର ଇତିହାସ ସବୁବେଳେ ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇ ଆସିଛି’
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :- ଏପ୍ରିଲ ୧ ତାରିଖ ଆମ୍ଭମାନଙ୍କ ପାଇଁ ଅବିସ୍ମରଣୀୟ ଦିବସ । ଓଡ଼ିଆ ଭାଷାଭିଭିରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଜନ୍ମଲାଭ କରିଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବାର୍ତ୍ତା ଦେଇ ୧୯୩୬ ମସିହାର ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା । ଯେତେବେଳେ ଭାରତର ଅନ୍ୟ ଅଂଚଳରେ ଭାଷା ଭିତ୍ତିରେ ରାଜ୍ୟଗଠନ କଥା ଚିନ୍ତା କରି ନଥିଲେ ସେତବେଳେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଢି ତୋଳିବାକୁ ଓଡ଼ିଆ ଦୁର୍ବାର ଆନ୍ଦୋଳନ ଚଳାଇ ଇତିହାସ ସୃଷ୍ଟି କରିଥିଲା ବୋଲି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମାପାଢ଼ୀ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍‌ଘାଟନ କରି କହିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବାଚସ୍ପତି କହିଲେ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ତ୍ୟାଗ, ବୀରତ୍ୱ ଏବଂ ଗୌରବୋଜ୍ଜ୍ୱଳ କାହାଣୀରେ ପରିପୂର୍ଣ୍ଣ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ପାଇଁ ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ସଂଗ୍ରାମ ଏବଂ ଉତ୍କଳ କୂଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି,

ଗଙ୍ଗାଧର ମେହେର, ହରିହର ମର୍ଦ୍ଦରାଜ ଦେବ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ, କର୍ମବୀର ଗୌରୀଶଙ୍କର, ମଧୁସୂଦନ ରାଓ, ନୀଳମଣି ବିଦ୍ୟାରନି, ବାଗ୍ମୀ ବିଶ୍ୱନାଥ କର, ଡ଼କଫର ହରେକୃଷ୍ଣ ମହତାବ ପ୍ରମୁଖ ବରପୁତ୍ରମାନଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳ ସ୍ୱରୂପ ଆମେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହାସଲ କରିପାରିଛୁ । ସେମାନଙ୍କର ନୀତି, ଆଦର୍ଶ ଓ ଜାତିଭକ୍ତି ଆମର ଅନୁକରଣୀୟ । ସେହି ଚିରନମସ୍ୟ କୃତି ସନ୍ତାନମାନଙ୍କ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବାଚସ୍ପତି ଆହୁରି ମଧ୍ୟ କହିଲେ ଯେ ଭାଷାଭିତ୍ତିରେ ଗଠନ ହେବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ରାଜ୍ୟ ।

ଓଡ଼ିଶାର ନିଜସ୍ୱ ଏକ ସ୍ୱତନ୍ତ୍ର ଏବଂ ସମୃଦ୍ଧ ଭାଷା ତଥା ସଂସ୍କୃତି ରହି ଆସିଛି । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ସାଙ୍ଗକୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଉତ୍କଳ ସମ୍ମିଳନୀର ପ୍ରତିବଦ୍ଧ ପ୍ରୟାସ ଯୋଗୁ ଆମେ ଆଜି ସ୍ୱତନ୍ତ୍ର ଓଡିଶା ଭୂଖଣ୍ଡ ପାଇଛୁ । ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ବୀରତ୍ୱର କାହାଣୀ ଓଡ଼ିଆ ଜାତିକୁ ଗୌରବ ମଣ୍ଡିତ କରିଛି । ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷ ପାଇଁ ବିଶ୍ୱ ଦରବାରରେ ଆମର ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶା ପ୍ରଗତି ଓ ପରମ୍ପରାରେ ସବୁବେଳେ ବିଶ୍ୱାସ ରଖିଆସିଛି ।

୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ବିପୁଳ ପ୍ରାକୃତିକ ସମ୍ବଳ ଓ ଦକ୍ଷ ମାନବସମ୍ବଳର ଉପଯୋଗରେ ଆମ ରାଜ୍ୟ ଏକ ପ୍ରଗତିଶୀଳ ଅଗ୍ରଣୀ ରାଜ୍ୟର ମାନ୍ୟତା ଲାଭ କରିଛି । ସମସ୍ତ କ୍ଷେତ୍ରରେ ପ୍ରଗତି ଆଣି ଆଜି ଓଡ଼ିଶା ବିଶ୍ୱ ଦରବାରରେ ତା’ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଜିର ଏହି ଶୁଭ ଅବସରରେ ଆମେ ସମସ୍ତେ ଆମର ପୂର୍ବସୂରୀ ମାନମାନଙ୍କ ଧୈର୍ଯ୍ୟ ସାହସ, ପ୍ରତିବଦ୍ଧତା ଓ ସକରାତ୍ମକ ମନୋଭାବକୁ ଅନୁସରଣ କରିବାକୁ ମୁଁ ଆହ୍ୱାନ କରୁଛି ।

ଆଉ ୧୧ ବର୍ଷ ପରେ ଓଡିଶା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଆଜିର ଦିବସରେ ଓଡ଼ିଆ ସ୍ୱାଭିମାନର ପ୍ରତିଷ୍ଠାକୁ ଊଦ୍ଧ୍ୱର୍କୁ ନେବାରେ ପ୍ରତିଟି ଓଡ଼ିଆ ସଂକଳ୍ପବଦ୍ଧ ହୁଅ;ୁ । ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ପ୍ରତ୍ୟେକ ଓଡ଼ିଆ ଭାଇ ଓ ଭଉଣୀ ନିଜର ଏକନିଷ୍ଠ କର୍ତ୍ତବ୍ୟ ସମ୍ପାଦନ କରିପାରିଲେ ଆଜିର ଦିବସର ସାର୍ଥକତା ପ୍ରତିପାଦିତ ହୋଇ ପାରିବ ଓ ଓଡ଼ିଆ ଜାତି ସର୍ବଶ୍ରେଷ୍ଠ ଜାତିରେ ପରିଗଣିତ ହୋଇପାରିବ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ବିଧାନ ସଭାର ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର (ଏକାମ୍ର ) ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ,

ସେମାନଙ୍କ ବକ୍ତ୍ୟବରେ କହିଥିଲେ ଯେ ଅଗଣିତ ଓଡ଼ିଆଙ୍କ ନିରବଚ୍ଛିନ୍ନ ସଂଗ୍ରାମ ଓ ନିଃସ୍ୱାର୍ଥପର ନେତୃତ୍ୱ, ତ୍ୟାଗ ଓ ସାଧନାର ଫଳସ୍ୱରୂପ ଓଡ଼ିଶା ଆଜି ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି । ଏହି ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଯେଉଁ ବରପୁତ୍ରମାନଙ୍କର ନିଷ୍ଠାପର ଅବଦାନ ରହିଛି ସେମାନଙ୍କୁ ଏ ଜାତି ସବୁଦିନେ ସ୍ମରଣ କରୁଥିବ । ଏ ମାଟି ପ୍ରତି ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ଉଲ୍ଲେଖ କରିବା ସହ ଆମ ବରପୁତ୍ରମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ଓଡ଼ିଶାର ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଇତିହାସ କହେ ଆମର ଗୋଟିଏ ବଡ଼ ସାମ୍ରାଜ୍ୟ ଥିଲା । କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ସମୟରେ ମଧ୍ୟ ଓଡିଶା ସୀମା ନିର୍ଦ୍ଧାରଣ କରା ଯାଇଥିଲା । ପରବର୍ତ୍ତୀ ବ୍ରିଟିଶ ଶାସନ ପ୍ରଥମାର୍ଦ୍ଧରେ ଓଡ଼ିଶାରେ ଏକ ସଂଘଟିତ ଜାତୀୟ ଜୀବନ ନଥିଲା । ମାତ୍ର ପରବର୍ତ୍ତୀ ସମୟରେ ୧୮୯୫ ମସିହା ପରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ପ୍ରବଳ ଜନମତ ସୃଷ୍ଟି ହେଇଥିଲା ଏବଂ ତା’ପର ଠାରୁ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୂଳଦୁଆ ପଡିଥିଲା ।

ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଓ ଓଡ଼ିଆକୁ ଏକ ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବା ପାଇଁ ଓଡ଼ିଶାର ଯେଉଁ କେତେଜଣ କୃତୀ ସନ୍ତାନ ନିରବଚ୍ଛିନ୍ନ ଭାବେ ସଂଗ୍ରାମ ଜାରି ରଖୁଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳଗୌର ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ପଣ୍ଡିତ ନୀଳମଣି ବିଦ୍ୟାରନି, ମହାରାଜା କୃଷ୍ଣଚନ୍ଦ୍ର ଗଜାପତି, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ଗୋପବନ୍ଧୁ ଦାସ ଏବଂ ଆହୁରି ଅନେକ ବରପୁତ୍ର ପ୍ରଭୃତି ଆଗ୍ରଗଣ୍ୟ । ସରକାରଙ୍କ ତରଫରୁ ଆଜିଠାରୁ ଓଡ଼ିଆ ପକ୍ଷ୍ୟ ପାଳନ ନିଶ୍ଚିତ ଭାବେ ପ୍ରତି ଓଡ଼ିଆ ପାଇଁ ଗର୍ବ ଓ ଗୌରବର କଥା ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଓଡ଼ିଶା ଦିବସକୁ ଆଧୁନିକ ଓଡ଼ିଶାର ଇତିହାସରେ ଏକ ମହ‰ପୂର୍ଣ୍ଣ ଦିବସ ବୋଲି ଉଲ୍ଲେଖ କରିବା ସହ ଅଗଣିତ ଓଡ଼ିଶା ବାସୀଙ୍କ ତ୍ୟାଗ, ତପସ୍ୟା, ସାଧନା ଓ ବଳିଦାନ ଦ୍ୱାରା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଆଜିର ଦିନ ଓଡ଼ିଶାର ଗୌରବମୟ ଇତିହାସର ଏକ ସୁବର୍ଣ୍ଣ ଫର୍ଦ୍ଦ ବୋଲି ସେ ଅଭିହିତ କରିଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଏବଂ ‘ଆମେ ଓଡ଼ିଆ’ ଗ୍ରନ୍ଥର ଦ୍ୱାଦଶ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ପରେ ପରେ ପୂର୍ବରୁ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀକୁ ମାନ୍ୟବର ବାଚସ୍ପତିଙ୍କ ସମେତ ବରେଣ୍ୟ ଅତିଥିମାନେ ଉଦ୍‌ଘାଟନ କରିଥିଲେ । ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ହୋଇଥିଲା । ସଭା ପରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚାରିଗୋଟି ଦଳ ଭାଗ ନେଇଥିଲେ ।

ଇତିଶ୍ରୀ ମହାନ୍ତି ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ଶୁଭଶ୍ରୀ ମୁଖାର୍ଜୀ ଓ ସ୍ୱାତୀଙ୍କ ଦ୍ୱାରା ଛଉନୃତ୍ୟ, ବିଜୟ କୁମାର ଆଚାର୍ଯ୍ୟ ଓ ସାଥୀଙ୍କ ଦ୍ୱାରା ଆଦିବାସୀ ଭୂମିଜ ନୃତ୍ୟ ଏବଂ ସମ୍ବଲପୁର କଳାକେନ୍ଦ୍ର ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ବିଶ୍ୱଜିତ ବଳିୟାରସିଂ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନର ଉପନିର୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version