No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଟ୍ୱିନ୍ ସିଟି ପ୍ରେସ କ୍ଲବ୍ ତରଫରୁ ବ୍ରାହ୍ମଣ ଝରିଲୋ କୋଲ୍ଡ ଷ୍ଟୋର ଖେଳ ପଡିଆ ଠାରେ ଆୟୋଜିତ ମିଡ଼ିଆ କପ୍ କ୍ରିକେଟ ପ୍ରତିଯୋଗିତାରେ ବାଲିପାଟଣା ପ୍ରେସ କ୍ଲବ୍ ସବୁ ଖେଳରେ ଅପରାଜିତ ରହି ଚାମ୍ପିଅନ ଟ୍ରଫି ହାସଲ କରିଛି।ଅଧିନାୟକ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ଲିଗ୍ ମ୍ୟାଚ୍ ର ପ୍ରତେକ୍ ଖେଳରେ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲେ।ଖେଳାଳି ଭାବେ ନିଜେ ସଭାପତି,ସଭ୍ୟ ବସନ୍ତ କୁମାର ଦାଶ,ରମେଶ ରଥ,ଅରୁଣ ଶତପଥୀ,ଜୟନ୍ତ ଶିଶୁ,ସଞ୍ଜୀବ ଦାଶ,ଭାରତ ମିଶ୍ର ପ୍ରମୁଖ ବରିଷ୍ଠ ସଦସ୍ୟଙ୍କ ସହିତ ଯୁବ ସାମ୍ବାଦିକ ମାନେ ଅଂଶ ଗ୍ରହଣ କରିଥିଲେ। ଆରମ୍ଭ ରୁ ହିଁ ଦଳ ଦବ୍ ଦବା ଜାରି ରଖିଥିଲା ।
୫ ଓଭର୍ ସୀମିତ ମ୍ୟାଚ୍ ରେ ଦଳର ୧୪୨ ରନ ର ପ୍ରତିବଦଳରେ କଟକ ସଦର ପ୍ରେସ କ୍ଲବ୍ ମାତ୍ର ୪୨ ରନ ସଂଗ୍ରହ କରିପାରିଥିଲେ।ଅନ୍ୟ ଏକ ମ୍ୟାଚ୍ ରେ ନିଆଳି ପ୍ରାଚୀ ପ୍ରେସ କ୍ଲବ୍ ବିରୁଦ୍ଧରେ ୯୨ ରନ ଓ ଫାଇନାଲ ମ୍ୟାଚ ରେ ଦଳର ୧୨୨ ରନ ବିରୁଦ୍ଧରେ ବାଲିଅନ୍ତା ଧଉଳି ପାହାଳ ମିଳିତ ଟିମ୍ ମାତ୍ର ୮୨ ରନ ସଂଗ୍ରହ କରି ରନର୍ସ ଅପ୍ ଟ୍ରଫି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ଆୟୋଜକ ଟ୍ବୀନ୍ ସିଟି,କଟକ ସଦର,କଣ୍ଟାପଡ଼ା,ନିଆଳି ର ପ୍ରାଚୀ,ମିଳିତଭାବେ ବାଲିଅନ୍ତା,ଧଉଳି ପାହାଳ ଓ ବାଲିପାଟଣା ପ୍ରଭୃତି ପ୍ରେସ କ୍ଲବ୍ ର ସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।
ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ପ୍ରଳୟ ଙ୍କୁ ଟ୍ରଫି ସହିତ କଣ୍ଟାପଡ଼ା ପ୍ରେସ କ୍ଲବ୍ ର ରଘୁନାଥ ଆଚାର୍ଯ୍ୟ ୧୦୦୦ ଟଙ୍କା ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ। ଟ୍ୱିନ୍ ସିଟି ପ୍ରେସ କ୍ଲବ୍ ର ସମ୍ପାଦକ ଭବାନୀ ଶଙ୍କର ପାତ୍ର ଖେଳ ପରିଚାଳନା କରିଥିଲେ।କ୍ଲବ୍ ର ସଭାପତି ସନାତନ ପରିଡ଼ା,ଉପ ସଭାପତି ଗୁରୁପ୍ରସାଦ ମହାପାତ୍ର,ଅଧକ୍ଷ ପ୍ରଣବ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମରେ ଅନ୍ୟ ସଭ୍ୟ ମାନଙ୍କ ସହିତ ଉପସ୍ଥିତ ଥିଲେ।ସନ୍ଧ୍ୟାରେ ବିଜେତା ଙ୍କୁ ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ରାଜସ୍ବ କୋର୍ଟ ବାର ଆସସିଏସନର ର ନବନିର୍ବାଚିତ ସଭାପତି ଜ୍ଞାନ ରଞ୍ଜନ ପଟ୍ଟନାୟକ,ସମ୍ପାଦକ ଜ୍ଞାନ ପରିଡ଼ା ଓ କଟକ ସଦର ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

No Result
View All Result