No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ଡମପଡ଼ା ବ୍ଲକ ଅନ୍ତର୍ଗତ ତଳଭେଜିପୁଟ ଆଶ୍ରମ ବିଦ୍ୟାଳୟ ପରିସରରେ “ଆମେ ଜାଣିବା ଆମେ ଜିଣିବା” କାର୍ଯ୍ୟକ୍ରମ ପିତାମାତା ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ପରିଚାଳନା କମିଟିର ସଭାପତି କାଳନ୍ଦୀ ଚରଣ ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଡମପଡ଼ା ବ୍ଲକ ସଂପ୍ରସାରଣ ଅଧିକାରିଣୀ ସୁଶ୍ରୀ ସସ୍ମିତା ନାଏକ, ମୁଖ୍ୟବକ୍ତା କବି ବଂଶୀଧର ମହାପାତ୍ର, ସମ୍ମାନିତ ଅତିଥି ଭାବେ ତାଳବସ୍ତ ପଂଚାୟତର ସମିତି ସଭ୍ୟା ସଂଯୁକ୍ତା ବରାଡ ,
ସମାଜସେବୀ ରାଜକିଶୋର ମହାନ୍ତି, ତାଳବସ୍ତ କ୍ଲଷ୍ଟର ସି.ଆର.ସି.ସି ଦିଲ୍ଲୀପ କୁମାର ମହାପାତ୍ର, ବରିଷ୍ଠ ଶିକ୍ଷକ ଶରତ କୁମାର ପଣ୍ଡା, ସୁଦର୍ଶନ ଦେଉରୀ, ନରେନ୍ଦ୍ର ନାଏକ , ଲୋକନାଥ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଅନୁସୁଚିତ ଜନଜାତି ଓ ପଛୁଆ ଜନକଲ୍ୟାଣ ବିଭାଗ ପକ୍ଷରୁ ଜନଜାତି ଛାତ୍ରଛାତ୍ରୀମାନଙ୍କ ଉନ୍ନତି ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସହ ଛାତ୍ରଛାତ୍ରୀମାନେ ସୁଯୋଗରେ ସାମିଲ୍ ହେବାପାଇଁ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସୁଭ୍ରଜିତ୍ ପ୍ରଧାନ, ଗୌରାଙ୍ଗ ଚରଣ ପାତ୍ର, ସୌଭାଗିନୀ ମିଶ୍ର, ସୁଲୋଚନା ଜେନା, କାଞ୍ଚନ ନାଏକ ଓ ଚିନା ନାଏକ ପ୍ରମୁଖ ସହଯୋଗ କରିଥିଲେ ।
No Result
View All Result