• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲୋକସଭାରେ ଶରଣାର୍ଥୀ ଓ ବିଦେଶୀ ନାଗରିକ ବିଲ୍ 2025 ପାସ୍ : ଲୋକସଭାରେ ବିଲ୍ ସପକ୍ଷରେ ଦୃଢ ମତ ରଖିଲେ – ସାଂସଦ ଅପରାଜିତା

Proprietor Abhimanyu Maharana by Proprietor Abhimanyu Maharana
March 28, 2025
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ରାଜନୀତି, ହୋମ୍
0
ଲୋକସଭାରେ ଶରଣାର୍ଥୀ ଓ ବିଦେଶୀ ନାଗରିକ ବିଲ୍ 2025 ପାସ୍ : ଲୋକସଭାରେ ବିଲ୍ ସପକ୍ଷରେ ଦୃଢ ମତ ରଖିଲେ – ସାଂସଦ ଅପରାଜିତା
Share on FacebookShare on TwitterWhatsapp

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଲୋକସଭାରେ ଶରଣାର୍ଥୀ ଓ ବିଦେଶୀ ନାଗରିକ ବିଲ୍ 2025 ପାରିତ ହୋଇଛି । ଲୋକସଭାରେ ଏହି ବିଲ୍‌ ଆଗତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହି ଅବସରରେ ବିଲ୍ ର ଚର୍ଚ୍ଚାରେ ଅଂଶଗ୍ରହଣ କରି ପ୍ରଥମେ ବକ୍ତା ଭାବରେ ଲୋକସଭାରେ ନିଜର ମତ ରଖିଥିଲେ, ଓଡ଼ିଶାର ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ସମୟରେ କାହିଁକି ଦେଶ ପାଇଁ ଏପରି ଏକ ବିଲର ଆବଶ୍ୟକତା, ତାହା ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲେ ସାଂସଦ ଅପରାଜିତା । ଲୋକସଭାରେ ପ୍ରଥମ ବକ୍ତା ଭାବରେ ପ୍ରାୟ 14 ମିନିଟ୍ ଧରି ବିଲ୍ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ ସାଂସଦ ଅପରାଜିତା ।

ବିଲ୍ ସପକ୍ଷରେ ଯୁକ୍ତି ରଖିବାକୁ ଯାଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଏପରି ଏକ ବିଲ୍ ସମୟର ଆବଶ୍ୟକତା ଅନେକ ଏବଂ ଏପରି ଏକ ବିଲ୍ କୁ ସଂସଦରେ ଆଗତ କରିଥିବାରୁ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଉଛନ୍ତି । ଏପରି ଏକ ବିଲ୍ ଜରିଆରେ କେନ୍ଦ୍ର ସରକାର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବାକୁ ଯାଉଛନ୍ତି । ପ୍ରାଚୀନ ଗ୍ରନ୍ଥ ତୈତରୀୟ ଉପନିଷଦ୍‌ ର ଉକ୍ତି ‘ଅତିଥୀ ଦେବୋ ଭବ’ର ଅବତାରଣା କରିଥିଲେ ସାଂସଦ । ଗୋଟିଏ ପଟେ ଆମକୁ ଆମର ପ୍ରାଚୀନ ପରମ୍ପରାକୁ ନେଇ ଗର୍ବିତ ହେବା ବେଳେ ଅତିଥୀଙ୍କୁ ଆମେ ସମ୍ମାନ ବି କରିଥାଉ ।

ସେହିପରି ଆମ ଦେଶର ଜାତୀୟ ସୁରକ୍ଷା କରିବା ମଧ୍ୟ ଜରୁରୀ । ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିଥାଏ, ସେ ଲୋକମାନେ ବୈଧ ଉପାୟରେ ଆସନ୍ତୁ, ଯେଉଁମାନଙ୍କ ଆସିବା ଦ୍ବାରା, ଯେଉଁମାନଙ୍କ ରହିବା ଦ୍ବାରା ଆମ ଦେଶର ସଂପତ୍ତି ଓ ସୁରକ୍ଷା ପ୍ରତି ଯେପରି କୌଣସି ନକରାତ୍ମକ ପ୍ରଭାବ ନପଡେ । ଏହି ଅବସରରେ କଂଗ୍ରେସ ସାଂସଦ ମନୀଷ ତିଓ୍ବାରୀ, ବର୍ତ୍ତମାନ କାଳରେ ଏହି ବିଲ୍‌ର ଆବଶ୍ୟକତା କଣ ନେଇ କରିଥିବା ପ୍ରଶ୍ନର ଜବାବ ମଧ୍ୟ ରଖିଥିଲେ ସାଂସଦ ଅପରାଜିତା । 1970 ମସିହାରେ ଆର ମଣ୍ଟେରିଆ ଭର୍ସେସ ଗୋଆ,

ସୁପ୍ରିମକୋର୍ଟର ଏକ ମାମଲାର ଅବତାରଣା କରି ସାଂସଦ ଷଡ଼ଙ୍ଗୀ କହିଥିଲେ, ସେତେବେଳେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟରେ ଉଲ୍ଲେଖ କରିଥିଲେ, ‘ କୌଣସି ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ ଓ ବସବାସ କରିବାରର ନିଷ୍ପତ୍ତି ସେହି ରାଜ୍ୟର ଇଚ୍ଛାଧୀନ ଓ ଏହାକୁ ନେଇ ସନ୍ଦେହ ନକରାଯିବା ଆବଶ୍ୟକତା ରହିଛି । କାରଣ ଏହା ସେହି ରାଜ୍ୟର ସୀମା ସୁରକ୍ଷାର ପ୍ରସଙ୍ଗର ଅନ୍ତର୍ଭୁକ୍ତ । ଆଇନଗତ ଦୃଷ୍ଟିରୁ ସେହି ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କୁ ତାର ଘରୁ ବା ସୀମାରୁ ବାହାର ବି କରିଦେଇପାରେ । ତେଣୁ ଗୋଟିଏ ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ, ନିବାସ ଓ ଉଚ୍ଛେଦ ନେଇ ନିୟମ ବି ପ୍ରଣୟନ କରିପାରେ । ’

ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ 2016 ମସିହାରେ ତତ୍କାଳୀନ ମନ୍ତ୍ରୀ କିରଣ ରିଜିଜୁଙ୍କ ଗୃହରେ ରଖିଥିବା ତଥ୍ୟର ଉଦାହରଣ ଦେବାକୁ ଯାଇ କହିଥିଲେ, ସେତେବେଳେ ଦେଶରେ 2 କୋଟି ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଥିଲେ । ଏହା ପୁରା ରେକର୍ଡ ରହିଛି । ଏହାକୁ ନେଇ ଗୃହକୁ କିଛି ଉଦାହରଣ ଦେବାକୁ ସାଂସଦ ଅପରାଜିତା କହିଥିଲେ, 2024 ଜାନୁଆରୀରୁ 2025 ଜାନୁଆରୀ ମଧ୍ୟରେ 2601 ବାଂଲାଦେଶୀ ଶରଣାର୍ଥୀ ଦେଶରେ ପ୍ରବେଶ କରିଛନ୍ତି । 2021ରେ ବି 500 ବାଂଲାଦେଶୀ ଅନୁପ୍ରବେଶକାରୀ ଓ 318 ରୋହିଙ୍ଗ୍ୟାଙ୍କୁ ଭାରତ-ବାଂଲାଦେଶ ସୀମାରୁ ଗିରଫ କରିଥିଲେ ସୁରକ୍ଷାକର୍ମୀ।

ଏହିପରି ସଂଖ୍ୟାକୁ ଦେଖିଲେ ଆମକୁ ଚିନ୍ତା କରିବାକୁ ପଡିବ, ଆମକୁ ଜାତୀୟ ସୁରକ୍ଷା ନେଇ ଚିନ୍ତା କରିବାକୁ ପଡ଼ିବ ବୋଲି କହିବା ସହିତ ଖାସ୍ ସେଇଥିପାଇଁ ଏପରି ଏକ ବିଲ୍ ଗୃହରେ ଆଗତ କରାଯାଇଥିବା ନିଜ ମତ ରଖିଥିଲେ ସାଂସଦ ଅପରାଜିତା । 1970 ମସିହାର ସୁପ୍ରିମକୋର୍ଟଙ୍କ ରାୟକୁ ଦେଖିବାକୁ ଗଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସଠିକ୍ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିଛନ୍ତି ବୋଲି ଲୋକସଭାରେ ବିଲ୍ ସପକ୍ଷରେ ଯୁକ୍ତି ବାଢିଥିଲେ ସାଂସଦ ଅପରାଜିତା । କାହିଁକି ଏ ବିଲ୍ ? ସମସ୍ତେ ଜାଣିବା ଆବଶ୍ୟକ ଏ ବିଲ୍ ବର୍ତ୍ତମାନ ସମୟର ଆବଶ୍ୟକତା । ବିଦେଶୀ ନାଗରିକ ଏବଂ ଶରଣାର୍ଥୀଙ୍କ ସମ୍ପର୍କରେ ଆମ ଦେଶରେ 4ଟି ଆଇନ ରହିଛି ।

ସେଗୁଡିକ ହେଉଛି….

1- ଦି ଫରେନର ଆକ୍ଟ 1946

2- ଦି ଇମିଗ୍ରେସନ ଆକ୍ଟ 2000

3- ଦି ପାସପୋର୍ଟ ଏଣ୍ଟ୍ରି ଟୁ ଇଣ୍ଡିଆ ଆକ୍ଟ 1920

4- ଦି ରେଜିଷ୍ଟ୍ରେସନ ଅଫ୍ ଫରେନରସ ଆକ୍ଟ 1939

ଏ ସବୁ ସ୍ବାଧୀନତା ପୂର୍ବ କାଳର ଆଇନ । କାହିଁକି ଏ ବିଲର ଆବଶ୍ୟକତା ତାହା ମଧ୍ୟ ଏହି ବିଲ୍ ମଧ୍ୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ତେଣୁ ବର୍ତ୍ତମାନ ଆମକୁ ସ୍ବାଧୀନତା ପୂର୍ବ ସମୟର 4ଟି ଆଇନକୁ ପୁଣି ଥରେ ପୁନଃସମୀକ୍ଷା କରି, ଏକକ ବିଲ୍ ଆଣିବାର ସମୟ ଆସିଯାଇଛି । ଏହା ବଳରେ ଏହି 4ଟି ବିଲ୍ ମଧ୍ୟରେ ରହିଥିବା ଅସମନତାକୁ ଦୂର କରି ଅଭାବକୁ ପୂରା କରିବାକୁ ହେବ ।

ସେଇଥିପାଇଁ ଦକ୍ଷତାର ସହିତ ଶରଣାର୍ଥୀ ଓ ବିଦେଶୀ ନାଗରିକଙ୍କ ପରିଚାଳନା ସକାଶେ ଏହି ବିଲ୍‌ର ଆବଶ୍ୟକତା ଅନେକ ବୋଲି ଲୋକସଭାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି ମାଡାମ୍ ଅପରାଜିତା ଷଡ଼ଙ୍ଗୀ । ଏହି ବିଲ୍ ଆସିଲେ, କିଏ ଆମ ଦେଶରେ ରହିପାରିବ, କିଏ ଆସିପାରିବ, କିଏ ଆମ ଦେଶଛାଡ଼ି ଯାଇପାରିବ, ତାର ସ୍ପଷ୍ଟତାର ସହିତ ଆଇନ କହିପାରିବ ବୋଲି କହି, ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ 2025କୁ ସମର୍ଥନ ଜଣାଇଥିଲେ ସାଂସଦ ଅପରାଜିତା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

June 28, 2026
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

June 28, 2026
State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026
State Bank of India Approves Metro Kinaaraa

State Bank of India Approves Metro Kinaaraa

June 28, 2026

Recent News

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

June 28, 2026
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

June 28, 2026
State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026
State Bank of India Approves Metro Kinaaraa

State Bank of India Approves Metro Kinaaraa

June 28, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

June 28, 2026
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version