• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ବରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା ସାଂସଦ ଅପରାଜିତାଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀଙ୍କ ସହମତି

Proprietor Abhimanyu Maharana by Proprietor Abhimanyu Maharana
March 23, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ବରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା ସାଂସଦ ଅପରାଜିତାଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀଙ୍କ ସହମତି
Share on FacebookShare on TwitterWhatsapp

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍)  :- ଭୁବନେଶ୍ବରରେ ସ୍ଥାପନ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର୍ ର ଏକ ଶାଖା । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କୁ ଗତ ୧୩ ମାର୍ଚ୍ଚରେ ନୂଆଦିଲ୍ଲୀରେ ସାକ୍ଷାତ କରିବା ଅବସରରେ ଏକ ଦାବି ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ନେଇ ଭୁବନେଶ୍ବର ସାଂସଦଙ୍କୁ ଆଶ୍ବାସନା ଦେବା ସହିତ ଶୀଘ୍ର ଏହାର କାମ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ରଖିଛନ୍ତି । ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ବ୍ରାଞ୍ଚ ଅଫ୍ ନାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ ବା ଏନଜିଏମଏ, ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ନିକଟରେ ପ୍ରଥମେ ପ୍ରସ୍ତାବ ରଖିଥିଲେ ।

ପୂର୍ବରୁ ୨୫ ସେପ୍ଟେମ୍ବର ୨୦୨୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ଶାଖା ପ୍ରତିଷ୍ଠା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଶୀଘ୍ର ଏକ ଚିଠି ଲେଖି ଦାବି ଜଣାଇଥିଲେ । ଏହି ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖାରେ ଖଣ୍ଡଗିରି, ଉଦୟଗିରି, ହାତୀ ଗୁମ୍ଫା, ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀ ଜଗନ୍ନଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ପରି ସ୍ଥାପତ୍ୟ ସ୍ଥାନ ଦେବାକୁ ପରାମର୍ଶ ରଖିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ପୁଣି ଥରେ ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ନିକଟରେ ଭୁବନେଶ୍ବର ସାଂସଦ ଦୋହରାଇବା ପରେ ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସାରାଦେଶରେ ଭୁବନେଶ୍ବର ମନ୍ଦିର ମାଳିନୀ ନଗରୀ ଭାବେ ଖ୍ୟାତି ଅର୍ଜନ କରିଛି । ପର୍ଯ୍ୟଟନ ଓ ସଂସ୍କୃତି ଦିଗରୁ ଦେଖିବାକୁ ଗଲେ ଭୁବନେଶ୍ବରରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ରହିଛି। ଏବେ ଭୁବନେଶ୍ବର ଏକ କ୍ରମ ବର୍ଦ୍ଧନଶୀଳ ସହରିକରଣର ସାମ୍ନା କରୁଛି । ତେଣୁ ଏହି ଅବସରରେ ପର୍ଯ୍ୟଟକଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବାକୁ, ଆମର ପ୍ରାଚୀନ କୀର୍ତ୍ତିରାଜି ଓ ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅବଗତ କରିବାକୁ, ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖାର ଆବଶ୍ୟକତା ବହୁଳ ଭାବରେ ଅନୁଭବ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଭୁବନେଶ୍ବର ସାଂସଦ ଦାବିରେ କହିଛନ୍ତି ।

ଓଡ଼ିଶା ଏହାର ସମୃଦ୍ଧ କଳା, ଅଦ୍ବିତୀୟ ଭାସ୍କର୍ଯ୍ୟ ଓ ପ୍ରାଚୀନ ଐତିହାସିକ ସ୍ଥଳକୁ ନେଇ ବେଶ୍ ରୁଦ୍ଧିମନ୍ତ। ତେଣୁ ରାଜଧାନୀ ଭୁବନେଶ୍ବରରେ ଏନଜିଏମଏର ଗୋଟିଏ ବ୍ରାଞ୍ଚ ଭୁବନେଶ୍ବରରେ ସ୍ଥାପନ କରାଗଲେ, ଏହା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରସ୍ତାବ ଦେବା ସହିତ ଦାବି ରଖିଛନ୍ତି ଭୁବନେଶ୍ବର ସାଂସଦ। ଓଡ଼ିଶାରେ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଗୋଟିଏ ଶାଖା ପ୍ରତିଷ୍ଠା ହେଲେ, ରାଜ୍ୟର ଅନେକ ପ୍ରଖ୍ୟାତ କଳାକାରଙ୍କ କାରିଗରି ମଧ୍ୟ ଏଠାରେ ସ୍ଥାନ ପାଇପାରିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ବର୍ତ୍ତମାନ ପୂର୍ବ ଭାରତରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର କୌଣସି କେନ୍ଦ୍ର ନଥିବାରୁ, ସେହି ଦୃଷ୍ଟିରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏହାକୁ ସ୍ଥାନ ଦେଇ, ପୂର୍ବ ଭାରତରେ ଏହାର ଅଭାବ ପୂରଣ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଭୁବନେଶ୍ବର ସାଂସଦ। ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖା ପ୍ରତିଷ୍ଠା କରାଗଲେ ଏହା ଆମର ଆଗାମୀ ପୀଢିକୁ ଆମର ପ୍ରାଚୀନ ଐତିହ୍ୟ, ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାରେ ମାର୍ଗଦର୍ଶକ ହେବ ବୋଲି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ଭୁବନେଶ୍ବର ସାଂସଦ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

March 13, 2026
ଖାନ ଫାଉଣ୍ଡେସନ ପକ୍ଷରୁ ମୁସଲମାନ ବସ୍ତିରେ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ

ଖାନ ଫାଉଣ୍ଡେସନ ପକ୍ଷରୁ ମୁସଲମାନ ବସ୍ତିରେ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ

March 13, 2026
ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର

ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର

March 13, 2026
ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

March 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

March 13, 2026
ଖାନ ଫାଉଣ୍ଡେସନ ପକ୍ଷରୁ ମୁସଲମାନ ବସ୍ତିରେ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ

ଖାନ ଫାଉଣ୍ଡେସନ ପକ୍ଷରୁ ମୁସଲମାନ ବସ୍ତିରେ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ

March 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version