No Result
View All Result
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ପାହାଳ ଥାନା ଜଗନ୍ନାଥପୁର ପଞ୍ଚାୟତର ଜୟରଶାସନ ମୌଜାରେ ଥିବା ପଞ୍ଚବଟୀ ବଟେଶ୍ୱରଙ୍କ ପୀଠରେ ଦୁଇ ଦିନ ଧରି ଅନୁଷ୍ଠିତ ପଞ୍ଚୁ ଦୋଳ ମେଳଣ ବୁଧବାର ରାତିରେ ଉଦଯାପିତ ହୋଇଛି । ମଙ୍ଗଳବାର ଦିନ ରାତିରେ ଜଗନ୍ନାଥପୁର , ଗୋହଳ, ଗୁଆଳୀ , ଜୟରଶାସନ , ଆଦି ଗ୍ରାମର ଦୋଳବିମାନ ଗୁଡ଼ିକ ବାଜା ବାଣ ରୋଷଣୀ କରି ବଟେଶ୍ୱରଙ୍କ ପୀଠରେ ପହଂଚି ଥିଲେ । ବୁଧବାର ଠାରୁ ମେଳଣ କାର୍ଯ୍ୟ ଆରମ୍ଭ ହୋଇ ରାତି ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ।

ବଟେଶ୍ୱରଙ୍କ ପୀଠରେ ଓଡିଶୀ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ମେଳଣ ପଡିଆରେ ଦୁଇଶହରୁ ଉର୍ଦ୍ଧ୍ବ ଛୋଟ ବଡ଼ ଦୋକାନ ଖୋଲିଥିଲା । ପଞ୍ଚବଟୀ ମେଳଣକୁ ଯେଉଁମାନେ ଯାଇଥାନ୍ତି ବରା ସାଙ୍ଗକୁ ମାଂସ ତରକାରୀ ନଖାଇ ରହି ପାରନ୍ତି ନାହିଁ । ଏହି ମେଳଣରେ କାହୁଁ କେଉଁ କାଳରୁ ଏହି ନିଆରା ପରମ୍ପରା ଚାଲିଆସୁଛି । ମେଳଣ ପଡିଆରେ ପ୍ରବଳ ଜନସମାଗମ ହୋଇଥିଲା ।

ମେଳଣ ପଡିଆରେ ପଡ଼ଥିବା ଦୋକାନରେ ପିଲାମାନଙ୍କୁ ସାଥିରେ ନେଇ ଆସିଥିବା ବାପା ମା, ଭାଇ ଭଉଣୀ ,ସାଙ୍ଗସାଥି ହୋଇ ବରା ମାଂସ ତରକାରୀ ,ଚାଟ , ଗୁପଚୁପ୍ ,ଆଇସକ୍ରିମ, ଖାଇବା ସହିତ ଘରକରଣା ଜିନିଷ କଣିବାର ସୁଯୋଗ ପାଇଥିଲେ । ଶେଷରେ ରାତି ସାଢ଼େ ୧୧ଟାରେ ଆତସବାଜୀ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ଆତସବାଜି ପ୍ରଦର୍ଶନ ଶେଷ ହେବାପରେ ମେଳଣ ଭାଙ୍ଗିଥିଲା ।

ମେଳଣରେ ଯୋଗ ଦେଇଥିବା ଦୋଳ ବିମାନ ଗୁଡିକକୁ ଭୋଗହାଣ୍ଡି ପ୍ରଦାନ କରାଯିବା ପରେ ଦୋଳବିମାନ ଗୁଡିକ ନିଜନିଜ ଗ୍ରାମକୁ ଫେରିଯାଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପାହାଳ ଥାନା ପୋଲିସ ପକ୍ଷରୁ ମେଳଣରେ ବ୍ୟାପକ ପୋଲିସ ଫୋର୍ସ ମୁତାବକ କରାଯାଇଥିଲା ।
No Result
View All Result