No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜ଼ିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କର ଆଜି କଳାବ୍ୟାଚ ପରିଧାନ ତୃତୀୟ ଦିନରେ ପହଞ୍ଚି ସାରିଛି ଏବଂ ଏହି କର୍ମଚାରୀ ମାନେ ସେମାନଙ୍କର କଳାବ୍ୟାଚ ପରିଧାନ କରି ଦୈନଦିନ କାର୍ଯ୍ୟକୁ ସୂଚାରୁରୂପେ ତ୍ବରାନିତ କରୁଛନ୍ତି ଏବଂ ଏହିପରି ଏହି କଳା ବ୍ୟାଚ କାର୍ଯ୍ୟକ୍ରମ ଆହୁରି ଦୁଇଦିନ ଧରି ଚାଲିବ ଏବଂ ସରକାର ଯଦି ସେମାନେ ପ୍ରତିବାଦ କରୁଥୁବା ତିନି ଗୋଟି ଦାବି ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ସହ ଗୃହ ବିଭାଗ ର ପତ୍ର ସଂଖ୍ୟା ୨୩୫୮୨ ତା. ୧୩.୦୭.୨୦୨୨ କୁ ଆଧାରକରି ଛଟେଇ ପ୍ରକ୍ରିୟା ବନ୍ଧ କରାଯାଉ ଆଉଟସୋର୍ସିଙ୍ଗରେ କାର୍ଯ୍ୟରତ୍ତ ରହି ଯେଉଁ ଦିନମଜୁରିଆର ଆଖ୍ୟାଦେଇ ମାସିକ ୪ ଦିନ ଛୁଟି କଟିଦେଇ ଦରମା ଦିଆଯାଉଛି
ସେହିସବୁକୁ ବନ୍ଧ କରିବାସହ ଗୋଟିଏ ଆଉଟସୋର୍ସିଙ୍ଗ କର୍ମଚାରୀକୁ ଆଉଟସୋର୍ସିଙ୍ଗ କର୍ମଚାରୀର ମାନ୍ୟତା ଦିଆଯାଉ ଏବଂ ଶେଷରେ ଆମର ସବୁଠାରୁ ବଡ ପ୍ରମୁଖଦାବି ହେଉଛି ଆମ୍ଭେମାନେ ଆଜକୁ ୨୦ ବର୍ଷରୁ ଉର୍ଦୁ ହେଲାଣି ସରକାରୀ କଳରେ ଆଉଟସୋର୍ସିଙ୍ଗ ମଧ୍ଯମରେ କାର୍ଯ୍ୟକରି ଆସୁଅଛୁ ତେଣୁ ଆମ୍ଭମାନଙ୍କ ଯୋଗ୍ୟତା ଭିତିକୁ ଆଧାର କରି ଆମ୍ଭମାନକୁ ସ୍ଥାଇ ନିଯୁକ୍ତି ଦିଆଯାଉ ଏବଂ ଯେଉଁ ପର୍ଯ୍ୟନ୍ତ ସ୍ଥାଇ ନିଯୁକ୍ତି ଦିଆଯାଇ ନାହିଁ ସେହି ପର୍ଯ୍ୟନ୍ତ ଆମ ଚାକିରିର ଏକ ସର୍ତ୍ତାବଳି କରାଯାଉ,
ଯଦି ରାଜ୍ୟସରକାର ଆମ୍ଭ ମାନଙ୍କ ଦାବିକୁ ଯଥା ଶୀଘ୍ର ପୂରଣ ପରିପୂର୍ଣ୍ଣ ନକରନ୍ତି ତେବେ କଳାବ୍ୟାଚ କାର୍ଯ୍ୟକ୍ରମ ସରିବା ପରେ ତା.୨୬.୦୩.୨୦୨୫ ରିଖରେ ଓଡିଶାର ପୁରପଲ୍ଲୀରୁ ସବୁ ଆଉଟସୋର୍ସିଙ୍ଗ କର୍ମଚାରୀ ସଦଳବଳେ ଏବଂ ଆମ୍ଭ ମାନଙ୍କର ପିଲା ଛୁଆଙ୍କ ସହିତ ବାହାରି ଓଡିଶାର ରାଜଧାନୀ ଭୁବନେଶ୍ବରରେ ଥିବା ଲୋୟର PMG ରେ ଏକତ୍ରିତ ହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବୁ ଏବଂ ରାଜ୍ୟସରକାର ଯୋଉ ପର୍ଯ୍ୟନ୍ତ ଆମ୍ବମାନଙ୍କ ସପକ୍ଷରେ କୌଣସି ପ୍ରକାରରେ ନ୍ୟାୟ ଦେଇନାହାନ୍ତି
ସେତେଦିନ ପର୍ଯ୍ୟନ୍ତ ଏମାନେ ଓଡିଶାର ରାଜଧାନୀ ଲୋୟର PMGରୁ କୁଆଡେବି ପାଦେ ଘୁଞ୍ଚିକି ଯିବୁନାହିଁ ବୋଲି ଜିଲ୍ଲା ସଂଘର କାର୍ଯ୍ୟକାରି ସଭାପତି ଶ୍ରୀ ସତ୍ୟ ନାରାୟଣ ପଣ୍ଡା ଉପସଭାପତି ଅଭିଷେକ ମହାନ୍ତି, ଅତିରିକ୍ତ ସମ୍ପାଦକ ରାଜେଶ କୁମାର ଦିଗାଳ, ପ୍ରଦୀପ କୁମାର ପ୍ରଧାନ, ରଞ୍ଜନ କୁମାର ସାହୁ ମଧୁସ୍ମିତା ପଟ୍ଟନାୟକ, ପ୍ରତାପ କବି, ମୁଖ୍ୟ ବକ୍ତା ପଦ୍ମ ଚରଣ ମହାନ୍ତି ସହ ଜିଲ୍ଲାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି I
No Result
View All Result