No Result
View All Result
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଦିନ ଥିଲା ବିଜୟ ମହାପାତ୍ର ରାଜ୍ୟ ରାଜନୀତିର ଅନ୍ୟତମ ହେଭିୱେଟ୍ ଚେହେରା ଥିଲେ ।ବିଜେଡି ତାଙ୍କୁ ଠିକଣା ସମୟରେ ଏମିତି ହତାଦର କଲାଯେ, ଶ୍ରୀ ମହାପାତ୍ର ଆଉ ବିଧାନସଭା ଯାଇପାରୁନାହାନ୍ତି. ବିଜେଡିରୁ ପ୍ରତ୍ୟାଖ୍ୟାତ ହେବାପରେ ନିଜେ ଏକ ଦଳ ଗଢିଲେ, ହେଲେ ଭାଗ୍ୟ ସାଥ ଦେଲନି.ପାଖାପାଖି ୧୦ ବର୍ଷରୁ ଅଧିକ ସମୟ ଧରି ବିଜେପିରେ ଥିବା ଏହି ରାଜନେତାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ପୁଣିଥରେ ନିଜର ପୁରୁଣା ଦଳ ବିଜେଡିକୁ ବିଜୟ ମହାପାତ୍ର ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତାହା ପୁଣି ୨୫ ବର୍ଷର ଲମ୍ବା ବ୍ୟବଧାନ ପରେ। କାରଣ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ିଥିବା ବେଳେ ବରିଷ୍ଠ ନେତାଙ୍କୁ ଏବେ ଖୋଜା ପଡ଼ିଲାଣି। ୨୦୨୪ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ, ବିଜେଡି ଟିକେଟରେ ପାଟକୁରାରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ଏହି ଚର୍ଚ୍ଚାକୁ ବଳ ମିଳିଛି।
ଏକଦା ରାଜ୍ୟ ରାଜନୀତିରେ ଖୁବ ପ୍ରଭାବ ରଖୁଥିବା ବିଜୟ, ବିଜୁ ଜନତା ଦଳ ଗଠନରେ ମୁଖ୍ୟ ଭୂମିକା ନେଇଥିଲେ। ହେଲେ ଦଳ ତାଙ୍କୁ ପ୍ରଥମରୁ ଦୂରେଇ ଦେଇଥିଲା । ବିଜୟ ଏବେ ବିଜେଡି ଫେରିବା ଚର୍ଚ୍ଚା ଚାଲିଥିବା ବେଳେ କିଛି ରାଜନୈତିକ ପଣ୍ଡିତ କହୁଛନ୍ତି ସ୍ୱାଭିମାନି ବିଜେୟ ମହାପାତ୍ର କଣ ବିଜେଡି ଫେରିବେ? ଏହାକେବଳ ଚର୍ଚ୍ଚା ବାସ୍ତବତା ନୁହେଁ. ବିଜେଡିରୁ ସେତେବେଳେ ବିଦାହେବା ପରେ ବିଜୟ ମହାପାତ୍ର 2000ମସିହା ଅକ୍ଟୋବର 29ରେ ଓଡିଶା ଗଣପରିଷଦ (ଓଜିପି )ନାମରେ ଏକ ଦଳ ଗଠନ କରିଥିଲେ. 2004 ନିର୍ବାଚନରେ ତାଙ୍କ ଦଳ ଦୁଇଟି ଆସନ ଜିତିଥିଲା ହେଲେ ପରାଜୟର ମୁହଁ ଦେଖିଥିଲେ.
ବିଜୟ ମହାପାତ୍ର.ହେଲେ ଦଳ ବେଶିଦିନ ରହିପାରିଲାନାହିଁ. 2007ରେ ଶରଦ ପାୱାରଙ୍କ ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି )ସହ ମିଶିଗଲା.ପରେ ବିଜୟ ୨୦୦୯ରେ ବିଜେପିରେ ମିଶିଥିଲେ ବି ଦଳକୁ ସେତେଟା ଫାଇଦା ଦେଇପାରିନଥିଲେ. ୨୦୦୯ରେ ପାଟକୁରା ଓ ୨୦୧୪ରେ ମହାକାଳପଡ଼ା ଆସନରୁ ବିଜେପି ଟିକେଟରେ ଲଢ଼ି ହାରିଥିଲେ. କିନ୍ତୁ ୨୦୧୬ରେ ବିଜେପିରୁ ଦୂରେଇ ଯାଇଥିଲେ ବିଜୟ ୨୦୧୮ରେ ବିଜେପି ଛାଡ଼ିଥିବା ବେଳେ ୨୦୧୯ରେ ପୁଣିଥରେ ଦଳକୁ ଫେରିଥିଲେ. ୨୦୨୪ରେ ଦଳ ବିରୋଧୀ କାମ ପାଇଁ ତାଙ୍କୁ ବହିଷ୍କାର କରିଥିଲା ବିଜେପି ଏବେ ବିଜେଡିକୁ ଫେରିବା ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି ବିଜୟ ମହାପାତ୍ର ବିଧିବଦ୍ଧ ଭାବେ କେବେ ବିଜେଡିକୁ ଫେରିବେ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ତାଙ୍କ ପ୍ରତ୍ୟାବର୍ତ୍ତନ ବିଜୁ ଲିଗାସିକୁ ବଳ ଦେବ ବୋଲି ଚର୍ଚ୍ଚା ହେଉଛି। ସ୍ୱାଭିମାନି ବିଜୟ ମୁଁହ ଖୋଲୁ ନଥିବା ବେଳେ ତାଙ୍କର ଘର ବାହୁଡ଼ାକୁ ନେଇ ଚର୍ଚ୍ଚା କିନ୍ତୁ ରାଜ୍ୟ ରାଜନୀତିକୁ ସରଗରମ କରିଛି l
No Result
View All Result