• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରୁ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗଠନ ହେବ ଟାକ୍ସଫୋର୍ସ କମିଟି – ଭକ୍ତଚରଣ ଦାସ

Proprietor Abhimanyu Maharana by Proprietor Abhimanyu Maharana
March 12, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରୁ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗଠନ ହେବ ଟାକ୍ସଫୋର୍ସ କମିଟି – ଭକ୍ତଚରଣ ଦାସ
Share on FacebookShare on TwitterWhatsapp

ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିନ୍ତନ ବୈଠକରେ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରର ଚାଷୀ ମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନ ପାଇଁ ରୋର୍ଡମ୍ୟାପ ପ୍ରସ୍ତୁତ ।

୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର  :- ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷି ଆମ ଅର୍ଥନିତିର ମୁଖ୍ୟ ଆଧାର । ଶତକଡ଼ା ୬୫ ଭାଗରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ । କୃଷି ଓ କୃଷକର ପ୍ରଗତୀ ନହେଲେ ରାଜ୍ୟରେ ପ୍ରଗତୀ ହେବା ଅସମ୍ଭବ । କିନ୍ତୁ ଗତ ବିଜେଡ଼ି ସରକାରର ୨୪ ବର୍ଷ କୁଶାସନ, କେନ୍ଦ୍ର ବିଜେପି ସରକାରର ୧୧ ବର୍ଷ ଓ ରାଜ୍ୟ ବିଜେପି ସରକାରର ୯ ମାସ ସ୍ଥାଣୁ ଶାସନକାଳରେ ଚାଷୀକୂଳ ଘୋର ଦୁର୍ଦ୍ଦଶାରେ ଗତି କରୁଛନ୍ତି । ଯଦ୍ୱାରା ଗତ ୨୫ ବର୍ଷ ମଧ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଫସଲହାନି ଓ ଋଣଭାରରେ ଆତ୍ମହତ୍ୟା କରିଛନ୍ତି । ୧୦ଲକ୍ଷ ହେକ୍ଟରୁ ଅଧିକ ଚାଷଜମି ପଡ଼ିଆ ପଡ଼ିଛି । ଚାଷରୁ ଚାଷୀ ମୁଁହ ମୋଡ଼ିଲେଣି ।

୩୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ନିଜ ଭିଟାମାଟି ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ପନିପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଟିଏ ନାହିଁ । କୃଷିଭିତିକି ଶିଳ୍ପ ଗୋଟିଏ ନାହିଁ । ଭାଗଚାଷୀଙ୍କ ସମସ୍ୟା କହିଲେ ନସରେ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଲାଭ ପାଇବା ପରିବର୍ତେ ଘରୋଇ ବୀମା କମ୍ପାନୀ ଓ ସରକାର ମାଲାମାଲ ହେଉଛନ୍ତି । ଚଳିତ ଥର ଧାନ କ୍ରୟ ବ୍ୟବସ୍ଥା ବହୁଆଡ଼ମ୍ବରେ ଲଘୁକ୍ରିୟା ହୋଇଛି । ମିଲରର ପକେଟରେ ସରକାର । ପ୍ରତ୍ୟେକ ମଣ୍ଡିରେ ୫ କେଜିରୁ ୧୫ କେଜି ପର୍ଯ୍ୟନ୍ତ କଟଣୀ ଛଟଣୀ କରାଯାଉଛି । ୮୦୦ ଟଙ୍କା ଇନପୁଟ ସହାୟତା କେବଳ ପ୍ରଚାର ସର୍ବସ୍ୱ ।

ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଷୀ ଧାନ କୁଂଟାଲ ପ୍ରତି ୩୧ ଶହ ଟଙ୍କା ପାଇବା ପରିବର୍ତେ ୨୦୦୦ ରୁ ୨୨୦୦ ଟଙ୍କାରେ ଅଭାବୀ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଏହାର ତୁରନ୍ତ ଦୀର୍ଘସ୍ଥାୟୀ ସମାଧାନ କରାନଗଲେ ଚାଷୀ ସମସ୍ୟା ବଢ଼ିବା ପରିବର୍ତେ କମିବ ନାହିଁ । ସରକାର ତୁରନ୍ତ ସମସ୍ତ ଚାଷୀଙ୍କ ଠାରୁ କୃଷିଋଣ ଛାଡ଼, କୃଷିକ୍ଷେତ୍ର ପାଇଁ ମାଗଣା ବିଜୁଳି, ପ୍ରତି ବ୍ଲକସ୍ତରରେ ଶୀତଳଭଣ୍ଡାର, ପ୍ରଚଳିତ କୃଷି ଇନପୁଟ ସହାୟତାର ତିନିଗୁଣା ବୃଦ୍ଧି, ପ୍ରତି ରାଜସ୍ୱଗ୍ରାମକୁ ଏକକ ଫସଲବୀମା ୟୁନିଟ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମାସିକ ତିନି ହଜାର ଟଙ୍କା ଭତା,

କୃଷି ଉପକରଣ ଉପରୁ ସେବା ଓ ଦ୍ରବ୍ୟ କର ଛାଡ଼, ପଶ୍ଚିମ ଓଡ଼ିଶାରେ କୃଷି ବିଦ୍ୟାଳୟ ସ୍ଥାପନ, କଟଣୀ ଛଟଣୀ ସଂପୂର୍ଣ୍ଣ ବନ୍ଦ କରିବା ସହିତ ସ୍ୱାମୀନାଥନ କମିଟିଙ୍କ ସୁପାରିଶ ଆଧାରରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଦେଢ଼ଗୁଣା ବୃଦ୍ଧି ଓ ଏମଏସପି ଓ ଆଇନଗତ ଗ୍ୟାରେଂଟି ଦେବାପାଇଁ ଦୃଢ଼ ଦାବି କରାଯାଇଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଆୟୋଜିତ କିଷାନ ଚିନ୍ତନ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ ଚାଷୀମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଯେଉଁଭଳି ଭାବରେ ବୈମାତୃକ ମନୋଭାବ ଏବଂ ଅଣଦେଖା କରିଚାଲିଛନ୍ତି ଏହା ଆମ ରାଜ୍ୟର ପ୍ରଗତୀ ପଥରେ ଶୁଭଙ୍କର ନୁହେଁ ।

ରାଜ୍ୟର ପ୍ରତି ବ୍ଲକ ଓ ଜିଲ୍ଲାସ୍ତରକୁ ଯାଇ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯାଇ ରାଜ୍ୟକୁ ଏକ ପ୍ରଗତୀଶିଳ କୃଷି ରାଜ୍ୟରେ ପରିଣତ କରିବାପାଇଁ ଏକ ସଶକ୍ତ କୃଷି ନୀତି କଂଗ୍ରେସ ପକ୍ଷରୁ ପ୍ରଣୟନ କରାଯିବ ସେଥିପାଇଁ ଖୁବ ନିକଟରେ ଏକ ଟାକ୍ସଫୋସ କମିଟି ଗଠନ ହେବ ବୋଲି କହିବା ସହ କଂଗ୍ରେସ ଦଳର ପ୍ରମୁଖ ସଂଗଠନ କିଷାନ କଂଗ୍ରେସ ସଂଗଠନକୁ ତୃଣମୁଳ ସ୍ଥରରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକ କ୍ରୀୟାଶିଳ କରାଯାଇ ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ଦାସ କହିଥିଲେ ।

ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଚିନ୍ତନ ବୈଠକରେ ଅଖିଳ ଭାରତ କିଷାନ କଂଗ୍ରେସ ଜାତୀୟ ସଂଯୋଜକ ତଥା ଓଡ଼ିଶା କିଷାନ କଂଗ୍ରେସ ପ୍ରଭାରୀ ଚେରୁକ ଶ୍ରୀନିବାସ ରେଡି କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ଏବଂ ସଂଗଠନ ଜରିଆରେ ମୋଦି ସରକାରର ଚାଷୀଙ୍କ ପ୍ରତି ଉଦାସିନତା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ଉପସ୍ଥିତ କର୍ମକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଚିନ୍ତନ ବୈଠକରେ ସାନନ୍ଦ ମିଶ୍ର, ସରୋଜ ରଥ, ଦାସରଥି ସାହୁ, ଗୋବିନ୍ଦ ମିଶ୍ର, ନରେନ୍ଦ୍ର ପଣ୍ଡା,

ସ୍ୱପ୍ନେଶ୍ୱର ପୃଷ୍ଟି, ଧୃବଚରଣ ପରିଡ଼ା, ନୂତନ ତ୍ରିପାଠୀ, ବିପ୍ରବର ସାହୁ, ଗୁଣନିଧି ସାହୁ, ବୃନ୍ଦାବନ ଖଟେଇ, ଶ୍ୟାମସୁନ୍ଦର ସାହୁ, ପଦ୍ମଚରଣ ସାହୁ, ଶ୍ୟାମସୁନ୍ଦର ଡୋରା, ସୁରେନ୍ଦ୍ର ନାଥ ସାହୁ, ତୁଷାରକାନ୍ତ ନାୟକ, ସଦାନନ୍ଦ ଓଝା, ନିରଞ୍ଜନ ବେହେରା, ଅରୁଣ କୁମାର ଜେନା, ପ୍ରଶନ୍ନ ଧଳ, ଦେବେନ୍ଦ୍ର କୁମାର ରାଓ, ଗଙ୍ଗାରାମ ଆଚାରୀ ପ୍ରମୁଖ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ । ସମସ୍ତ କିଷାନ କଂଗ୍ରେସ କର୍ମକର୍ତାମାନଙ୍କ ବିସ୍ତୃତ ଆଲୋଚନା ପରେ ଆଗାମୀ ଦିନପାଇଁ ଏକ ରୋର୍ଡମ୍ୟାପ ପ୍ରସ୍ତୁତ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version