
ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ବାଲେଶ୍ୱର :– ଉତ୍ତର ବଙ୍ଗୋପସାଗରର ଲଘୁଚାପ ସହିତ କରୋନା ବିପତ୍ତି ସମୟରେ ଅସହାୟ ଓ ଗରିବ ଲୋକଙ୍କୁ ସହାୟତା କରିଥିବl ଦରଦୀ ବନ୍ଧୁ ମାନ୍ୟବର ପୂର୍ଵତନ ସାସଂଦ ଇଂ ରବୀନ୍ଦ୍ର ଓ ଜିଲ୍ଲା ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ଜେନା ଏବେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଛନ୍ତି । ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ବିପଦ ସଙ୍କେତ ଟପି ଯାଇଛି । ଫଳରେ ବାଲେଶ୍ୱର ଜିଲ୍ଲାର ହଜାର ହଜାର ଲୋକ ଏବେ ବନ୍ୟା ଘେରରେ ରହି ଆସିଛନ୍ତି । ଏହା ଛଡା ବାଲେଶ୍ୱରର ଅନେକ ଗାଁ ଗଣ୍ଡା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

ଏପରି ପରିସ୍ଥିତିରେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଛନ୍ତି ଜିଲ୍ଲା ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ଜେନା । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଓ ପୈାରାଞ୍ଚଳର କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗୁରୁବାର ଦିନ ବନ୍ୟା ବିପନ୍ନଙ୍କୁ ଭେଟିବା ପରେ ଏମାନଙ୍କୁ ସହାୟତା କରିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତୁି । ବନ୍ୟା ବିପନ୍ନଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଓ ଖାଦ୍ୟ କିପରି ପହଞ୍ଚି ପାରିବ ସେ ନେଇ ଶ୍ରୀ ଜେନା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ଗୁରୁବାର ଅପରାହ୍ନରେ ବାଲେଶ୍ୱର ସଦରର ଫୁଲାଡି, ବଇଁଞ୍ଚା ଓ ନିଧିପଣ୍ଡା ଆଦି ଅଞ୍ଚଳରେ ପରିଦର୍ଶନ କରିବା ସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଥିଲେ । ପ୍ରତିବର୍ଷ ବର୍ଷାଋତୁରେ ଏହି ଅଞ୍ଚଳରେ ବନ୍ୟା ଜଳପ୍ରବେଶ କରି ଅଭାବନୀୟ ପରିବେଶ ସୃଷ୍ଟି କରୁଥିବା ବେଳେ ସ୍ଥାୟୀ ବ୍ୟବସ୍ଥା କରିବାକୁ ବନ୍ୟା ବିପନ୍ନ ମାନେ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଲେଶ୍ୱର ଜିଲ୍ଲାରେ ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ସେ ରାଜ୍ୟ ସରକାର ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ଜେନା କହିଥିଲେ । (ଦୀପ୍ତିମାନ ପତି / ରିପୋର୍ଟ )














