No Result
View All Result
୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଏସଡିପିଓ ଜ୍ୟୋତିରଂଜନ ସାମନ୍ତରାୟ,ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାଶ,ନୂଆଗାଁ ବିଡ଼ିଓ ଅମୃତ କୁମାର ରାଉଲ୍, ନୂଆଗାଁ ଅତିରିକ୍ତ ତହସିଲଦାର କବିରାଜ ସେଠୀ,ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଉକ୍ତ ଅଭିଯୋଗ ପ୍ରକୋଷ୍ଠରେ ମୋଟ ୫୦ ଟି ଆପତ୍ତି ଅଭିଯୋଗ ଆସିଥିଲା । ସେଥି ମଧ୍ୟରେ ୨୬ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୧୩ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ଗୋଟିଏ ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା , ରେଡ଼କ୍ରସ ରୁ କେହି ଅଭିଯୋଗ କରିନଥିବା ବେଳେ ସେଥି ମଧ୍ୟରୁ ୧୦ଟିର ତୁରନ୍ତ ସମାଧାନ ହୋଇଥିଲା ।
ନୂଆଗାଁ ବ୍ଲକ୍ ରେ ସୁଭଦ୍ରା ଯୋଜନା ସରକାରୀ ଚାକିରିଆ ପରିବାର ହାତେଇଥିବା ନେଇ ସଞ୍ଜୟ ଦତ ଆଚାର୍ଯ୍ୟ ଅଭିଯୋଗ କରିବା ପରେ ଏନେଇ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ବ୍ଲକ୍ ସି ଡି ପି ଓ ସୁଭ୍ରକେଶି ମଲ୍ଲିକ ଙ୍କୁ ଡାକି କେଉଁ ସରକାରୀ କର୍ମଚାରୀ ଙ୍କ ପରିବାର ସୁଭଦ୍ରା ଯୋଜନା ପାଇଛନ୍ତି ସେ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତତ୍ ସହିତ ଅନ୍ୟ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
No Result
View All Result