୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ଵର :- ବିଧାନ ସଭାରେ ବିଜୁ ଝଡ ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ । ବିଧାନ ସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ହାତରେ ପ୍ଳା କାର୍ଡ ଓ ଦେହରେ ଫେକ୍ସ ଜ୍ୟାକେଟ ପରିଧାନ କରି ଗୃହ ମଧ୍ୟ ଭାଗକୁ ଆସି ନରା ବାଜି ଆରମ୍ଭ କରିଥିଲେ ।
ବିଜେଡ଼ି ବିଜୁଙ୍କୁ ଅସମ୍ମାନ ଓ କଂଗ୍ରେସ ମହିଳା ଅତ୍ୟାଚାର ବୃଦ୍ଧି ପାଇବା ବିରୋଧରେ ପାଟି ତୁଣ୍ଡ କରୁଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ ପୂର୍ବାହ୍ନ ୧୦.୩୦ରେ ଗୃହ ମଧ୍ୟ ପାଇଁ ପହଞ୍ଚି ଥିଲେ । ସେ ଗୃହରେ ପ୍ରଶ୍ନ କାଳ ଆରମ୍ଭ କରିବାକୁ ପରାମର୍ଶ ଦେବା ସହ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଏକାମ୍ର ବିଧାୟକ ଵାବୁ ସିଂହଙ୍କ ପ୍ରଶ୍ନ ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ।
















