No Result
View All Result
୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ବ୍ଲକ ଘଡୁଆଳ ଗ୍ରାମ ପଂଚାୟତ ଦୁର୍ଗାପ୍ରସାଦ ନିକଟସ୍ଥ ଡିସିବି ବ୍ୟାଙ୍କ ପୂର୍ବତନ ପରିଚାଳକ ହିମାଂଶୁ ଶେଖର ସ୍ୱାଇଁ ନାମରେ କୋଡିଏ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଉଠିଛି |ନୟାଗଡ ସହର ବାସିନ୍ଦା ସୁଧାଂଶୁ କେଶରୀ ପୃଷ୍ଟିଙ୍କ ପାଇଁ ରୃଣ କରାଇଦେବା ପାଇଁ କହି ନେଇ ଯାଇଥିବା ଶ୍ରୀଯୁକ୍ତ ପୃଷ୍ଟି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l
ଏନେଇ ଉଭୟ ଦମ୍ପତି ଥାନାର ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ ମଧ୍ୟ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଧରି ହେଉ ନାହିଁ |ତେବେ ଥାନା କତୃପକ୍ଷ ଯଦି ଆଗାମୀ ଦିନରେ ଅଭିଯୁକ୍ତଙ୍କୁ ଧରିବାରେ ଯତ୍ନବାନ ନ ହୁଅନ୍ତି ତାହେଲେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଆତ୍ମହୁତି ଦେବେ ବୋଲି ପୃଷ୍ଟି ପ୍ରକାଶ କରିଛନ୍ତି | ବାରମ୍ବାର ନୋଟିସ ଘରେ ଲଗାଇବା ବାହାରୁ ଲୋକ ଲଗାଇ ଧମକ ଦେବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଅଭିଯୋଗ କାରୀ ଦମ୍ପତିl

No Result
View All Result