No Result
View All Result
୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଲକ୍ଷ୍ମୀନାରାୟଣ ଛାତ୍ରାବାସ ଓ ହରିଜନ ଆଦିବାସୀ ଛାତ୍ରାବାସର ମିଳିତ ଆନୁକୁଲ୍ୟରେ କଲେଜ ଖେଳପଡିଆ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ କଲେଜର ପୂର୍ବତନ କ୍ରୀଡା କ୍ଲବ ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍ଘାଟନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରାବାସର ତତ୍ତ୍ୱାବଧାରକ ଅଧ୍ୟାପକ ଯୁଗଳକିଶୋର ମଣ୍ଡଳ,
ସହତତ୍ତ୍ୱାବଧାରକ ଅଧ୍ୟାପକ ଚିନ୍ମୟ ଚିତ୍ତରଞ୍ଜନ ଓ ଅନ୍ୟତମ ସହତତ୍ତ୍ୱାବଧାରକ ରଞ୍ଜିତ କୁମାର ରାଉତଙ୍କ ତତ୍ତ୍ୱାବଧାରେ ଆୟୋଜିତ ବାର୍ଷିକ କ୍ରୀଡାରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡାକୁ କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ, ଜିତେନ୍ଦ୍ର ଦେଓ, ଦିଲ୍ଲୀପ କୁମାର ସାହୁ, ଜଗନ୍ନାଥ ଦଳେଇ ପ୍ରମୁଖ ପରିଚାଳନା କରିଥିଲେ । ଆଗାମୀ ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସହ ତତ୍ତ୍ୱାବଧାରକ ରଞ୍ଜିତ କୁମାର ରାଉତ ପ୍ରକାଶ କରିଛନ୍ତି ।
No Result
View All Result