No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ରାଜ୍ୟ ବିଜେପିରେ ବଢିଚାଲିଛି ଗୋଷ୍ଟୀ ବିବାଦ. ଯାହାଫଳରେ ଦୀର୍ଘ ଆଠ ମାସ ପରେବି ଛଅ ମନ୍ତ୍ରୀ ପଦ ପୂରଣ ହୋଇପାରୁନଥିବା ବେଳେ ନିଗମମାନଙ୍କରେ ବି ନେତାଙ୍କୁ ଥଇଥାନ କରାଯାଇପାରୁନି. ଯାହାଫଳରେ ବିବାଦୀୟ ସ୍ଥିତିରେ ବିଜେପିର ନିଗମ ବଣ୍ଟନ ପ୍ରକ୍ରିୟା । ଘୋଷଣା ପୂର୍ବରୁ ଆରମ୍ଭ ହେଲାଣି ବିବାଦ। ମୁହଁ ଖୋଲିଲେଣି ଦଳର ପ୍ରମୁଖ ଦାବିଦାର । ପଦ ତୁଳନାରେ ବଢ଼ି ଚାଲିଛି ଆଶାୟୀଙ୍କ ସଂଖ୍ୟା । ସରକାର ଗଠନର ୮ ମାସ ପରେ ବି ନିଗମ ବଣ୍ଟନ କରିପାରୁନି ବିଜେପି । ଯାହାକୁ ନେଇ ଏବେ ମୁହଁ ଖୋଲିଲେଣି ପୂର୍ବତନ ବିଧାୟକ ସୁବାସ ପାଣିଗ୍ରାହୀ ।
ତାଙ୍କ ଯୁକ୍ତି ହେଉଛି, ନିଗମ ଘୋଷଣା ହେବ ହେବ କହି ସମୟ ଗଡ଼ିଚାଲିଛି । ଆମେ ଦଳ ପାଇଁ କାମ କରିଛୁ, ତେଣୁ ନିଗମ ବଣ୍ଟନ ବେଳେ ଦଳର ବରିଷ୍ଠ ନେତାଙ୍କ ନେତୃତ୍ବ ରହିବ । ଅନ୍ୟପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡିଶା ଗସ୍ତ ପରେ ବି ନିଗମ ଘୋଷଣା ହୋଇପାରୁ ନଥିବାରୁ ଉଠିଛି ପ୍ରଶ୍ନ । ସେପଟେ ମନ୍ତ୍ରିମଣ୍ଡଳରେ ଖାଲି ପଡିଛି ୬ଟି ଆସନ । ଏହି ସ୍ଥାନ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାକୁ ନେଇ ମଧ୍ୟ ମୁହଁ ଖୋଲିଲେଣି ବିଜେପି ବିଧାୟକ ।
ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ନେତା କହୁଥିବା ବେଳେ, ଦାୟିତ୍ବ ନେବାକୁ ମଧ୍ୟ ପ୍ରସ୍ତୁତ ହେଲେଣି । ଏହାରି ଭିତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପାଓ୍ବାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ରାଜ୍ୟ ଓ ଶୀର୍ଷ ନେତୃତ୍ବ ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜେପି ବିଧାୟକ । ନିଗମ ବଣ୍ଟନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ନେଇ ଉଷ୍ମ ହେଲାଣି ବିଜେପି ଶିବିର। କାହାକୁ କେମିତି ଦଳ ଥଇଥାନ କରିବ, ତାକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟ ଠାରୁ କେନ୍ଦ୍ର ନେତୃତ୍ବ ଯାଏ ।
No Result
View All Result