• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୬ଷ୍ଠ ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଂଚ ପ୍ରସ୍ତୁତ କରିଛି ବି୨ବି ପ୍ରଦର୍ଶନୀ ଓ ଦୁଃସାହସିକ ପର୍ଯ୍ୟଟନ କର୍ମଶାଳା

Proprietor Abhimanyu Maharana by Proprietor Abhimanyu Maharana
February 28, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
୬ଷ୍ଠ ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଂଚ ପ୍ରସ୍ତୁତ କରିଛି ବି୨ବି ପ୍ରଦର୍ଶନୀ ଓ ଦୁଃସାହସିକ ପର୍ଯ୍ୟଟନ କର୍ମଶାଳା
Share on FacebookShare on TwitterWhatsapp

୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର  :- ହୋଟେଲ ସ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର (ଓଟିବି) ୨୦୨୫ର ବି୨ବି ପ୍ରଦର୍ଶନୀକୁ ଉଦ୍‌‌ଘାଟନ କରି ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ଯେ ଓଡିଶା ଦୁଃସାହସିକ କ୍ରୀଡ଼ା ପାଇଁ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି । ଏଠାରେ ସାମୁଦ୍ରିକ ବେଳାଭୂମି, ଘଂଚ ଜଙ୍ଗଲ, ପର୍ବତ, ଜଳପ୍ରପାତ ଆଦି ସମେତ ଆକର୍ଷଣୀୟ ସ୍ଥାନଗୁଡିକର ଏକ ଉତ୍କୃଷ୍ଟ ଶୃଙ୍ଖଳା ରହିଛି । ଏ ସବୁର ବିକାଶ କରି ପରବର୍ତୀ ୫୦ ବର୍ଷ ପାଇଁ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୂଳଦୁଆ ପକାଇବା ଆମର ଲକ୍ଷ୍ୟ ।

ବର୍ତମାନ ଓ ଭବିଷ୍ୟତ ପିଢି ପାଇଁ ଆମର ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ପ୍ରତି ସରକାର ପ୍ରତିବଦ୍ଧ । ଆଗାମୀ ୫୦ ବର୍ଷରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଭିତିଭୂମି ନିର୍ମାଣ ସହ ଓଡିଶାକୁ ଦୁଃସାହସିକ ଓ ଆବିଷ୍କାର କ୍ଷେତ୍ରରେ ଏକ ଶ୍ରେଷ୍ଠ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ପାଇଁ ଘରୋଇ କ୍ଷେତ୍ରରୁ ନିବେଶ ଓ ସହଭାଗିତାକୁ ସ୍ୱାଗତ କରୁଛୁ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ।

ସେହିଭଳି ପର୍ଯ୍ୟଟନ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶ୍ରୀମତୀ ମୁଗ୍ଧା ସିହ୍ନା ଆଇଏଏସ୍‌ କହିଛନ୍ତି ଯେ, ବିବିଧ ପର୍ଯ୍ୟଟନ ଅନୁଭୂତି ପାଇଁ ଭାରତର ପ୍ରୟାସ ସହିତ ଓଡ଼ିଶାର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଛି ଏବଂ ଆମେ ଏହି ଯାତ୍ରାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ଏହାର ଉଦ୍ୟୋଗୀ ମନୋଭାବ ସହିତ ଏହାର ଅନ୍ତରରେ ଗଭୀର ଭାବରେ ଜଡ଼ିତ ରହିଛି । ରୋମାଂଚ ଖୋଜୁଥିବା ଲୋକଙ୍କ ପାଇଁ ଏହା ଏକ ଅନନ୍ୟ ଏବଂ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି ।

ଓଡ଼ିଶାର ସର୍ବୋତମ ରହସ୍ୟ ଉନ୍ମୋଚନ କରିବାକୁ ଆମେ ପ୍ରସ୍ତୁତ । ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକାଠି କରି ଓଡ଼ିଶା ପ୍ରକୃତରେ ଏକ ଆକର୍ଷଣ ପାଲଟିଛି ଏବଂ ଏହା ପର୍ଯ୍ୟଟନର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳାରେ ପରିଣତ ହୋଇଛି ବୋଲି ଓଡ଼ିଶା ସରକାରଙ୍କ ଡିସି-କମ-ଏସିଏସ ଶ୍ରୀମତୀ ଅନୁ ଗାର୍ଗ କହିଛନ୍ତି ଯେ ପ୍ରଗତି କ୍ଷେତ୍ରରେ ଓଡ଼ିଶା ସବୁବେଳେ ଆଗରେ ରହିଆସିଛି ଏବଂ ଆଜି ଆମେ ଗର୍ବର ସହ କହୁଛୁ ଯେ ପର୍ଯ୍ୟଟନ ହେଉଛି ଏକ ଅତ୍ୟାଧୁନିକ କ୍ଷେତ୍ର ଯେଉଁଥିରେ ଆମ ରାଜ୍ୟ ଅଗ୍ରଣୀ ।

ଓଡ଼ିଶା ପ୍ରକୃତରେ ଆଶୀର୍ବାଦପ୍ରାପ୍ତ, ଅବ୍ୟବହୃତ ସମୁଦ୍ରକୂଳ, ଘଂଚ ଜଙ୍ଗଲ, ମନ୍ଦିର, ଜଳପ୍ରପାତ, ରାମସାର ସ୍ଥଳ, ଅଭୟାରଣ୍ୟ ପ୍ରଭୃତି ସବୁକିଛି ଆମ ପାଖରେ ଅଛି । ଆମ ରାଜ୍ୟ ୨୦୩୬ ଓ ୨୦୪୭ ପାଇଁ ଏକ ପରିକଳ୍ପନା କାର୍ଯ୍ୟରେ ନିୟୋଜିତ ଅଛି, ଯେଉଁଥିରେ ପର୍ଯ୍ୟଟନ ଆମର ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁ ଅଟେ ବୋଲି ସେ ପ୍ରକାଶ କରିଥିଲେ । ପର୍ଯ୍ୟଟନ କମିଶନର-କମ-ସଚିବ ଶ୍ରୀ ବଲୱନ୍ତ ସିଂଙ୍କ ଦ୍ୱାରା ଏକ ପ୍ରସଙ୍ଗ-ନିର୍ଦ୍ଧାରଣ ଅଧିବେଶନ ସହିତ କର୍ମଶାଳା ଆରମ୍ଭ ହୋଇଥିଲା ।

ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ପ୍ରାଚୀନ ଉପକୂଳଠାରୁ ଆରମ୍ଭ କରି ଭବ୍ୟ ପାହାଡ଼ ଓ ନଦୀ ପର୍ଯ୍ୟନ୍ତ ଦୁଃସାହସିକ ପର୍ଯ୍ୟଟନ ପାଇଁ ଓଡ଼ିଶା ଏକ ଉପଯୁକ୍ତ ଦୃଶ୍ୟରେ ଭରପୂର । ଏହି କର୍ମଶାଳା ଆମ ରାଜ୍ୟରେ ରୋମାଂଚ ପ୍ରେମୀଙ୍କ ପାଇଁ ସ୍ଥାୟିତ୍ୱ, ନିରାପତା ଏବଂ ବିଶ୍ୱସ୍ତରୀୟ ଅନୁଭୂତି ସୁନିଶ୍ଚିତ କରିବା ଦିଗରେ ଏକ ଗଠନମୂଳକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଦିଗରେ ଏକ ପଦକ୍ଷେପ ।

ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଓଡ଼ିଶା ଆଡଭେଂଚର ଟୁରିଜିମ ମାର୍ଗଦର୍ଶିକା ୨୦୨୫ର ଡ୍ରାଫ୍ଟ ଉପସ୍ଥାପନ କରିଥିଲେ । ଏହା ରାଜ୍ୟରେ ସୁରକ୍ଷିତ ଏବଂ ସ୍ଥାୟୀ ଦୁଃସାହସିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନିୟାମକ ଢାଂଚା, ରଣନୀତିକ ସ୍ତମ୍ଭ, ରୋମାଂଚକର ସମ୍ଭାବ୍ୟ ଗନ୍ତବ୍ୟସ୍ଥଳ ଏବଂ ସର୍ବୋତମ ଅଭ୍ୟାସ ଉପରେ ଆଲୋଚନା ପାଇଁ ଭିତିଭୂମି ପ୍ରସ୍ତୁତ କରିଥିଲା । ହଟ ଏୟାର ବେଲୁନ ଠାରୁ ଆରମ୍ଭ କରି ବଙ୍ଗି ଜମ୍ପିଂ, କାୟାକିଂଠାରୁ ଆରମ୍ଭ କରି ୱିଂଚ ପାରାସେଲିଂ ପର୍ଯ୍ୟନ୍ତ ସବୁ ପ୍ରକାର ଦୁଃସାହସିକ ପର୍ଯ୍ୟଟନ ପାଇଁ ଓଡ଼ିଶାରେ ଉପଯୁକ୍ତ ଗନ୍ତବ୍ୟସ୍ଥଳ ରହିଛି ବୋଲି ଶ୍ରୀ ବର୍ମା କହିଛନ୍ତି ।

ଏହି ପ୍ରଦର୍ଶନୀ ଓଡିଶାର ଘରୋଇ ଟୁର ଅପରେଟର ଓ ସେଲରମାନଙ୍କୁ (ଟୁର ଅପରେଟର / ହୋଟେଲିୟର) ଗୋଟିଏ ମଂଚରେ ଏକାଠି କରିଛି । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହ ସହଭାଗିତାରେ ଆୟୋଜିତ ଏହି ୪ ଦିବସୀୟ କାର୍ଯ୍ୟକ୍ରମ ରଣନୈତିକ ବି୨ବି (ବିଜ୍‌‌ନେସ-ଟୁ-ବିଜ୍‌‌ନେସ) ଓ ବି୨ଜି (ବିଜ୍‌‌ନେସ-ଟୁ- ଗଭର୍ଣ୍ଣମେଂଟ) ଯୋଗଦାନ ମାଧ୍ୟମରେ ଓଡିଶାକୁ ଏକ ଅଗ୍ରଣୀ ପର୍ଯ୍ୟଟନ ଓ ନିବେଶ କେନ୍ଦ୍ର ଭାବେ ଅବସ୍ଥାପିତ କରିବାକୁ ଲକ୍ଷ୍ୟ ରହିଛି ।

ଆସାମ, ଛତିଶଗଡ, ଦିଲ୍ଲୀ, ଗୋଆ, ଗୁଜରାଟ, ଜମ୍ମୁକଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତର ପ୍ରବେଶ, ଉତରାଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡିକରୁ ୧୦୦ରୁ ଅଧିକ କ୍ରେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସଂଗଠିତ ବି୨ବି ବୈଠକଗୁଡିକର ପରିଚାଳନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ୭୦ରୁ ଅଧିକ ସେଲର, ଘରୋଇ ଓ ଅନ୍ତର୍ଜାତୀୟ ଟୁର ଅପରେଟରଙ୍କ ମଧ୍ୟରେ ୩୦୦୦ରୁ ଅଧିକ ପୂର୍ବ ନିର୍ଦ୍ଧାରିତ ବି୨ବି ବୈଠକରେ ଯୋଗ ଦେଇଥିଲେ । ଭବିଷ୍ୟତର ସହଭାଗିତା ଓ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗକୁ ଏହା ନିଶୟ ପ୍ରୋତ୍ସାହିତ କରିବ । ୬ଷ୍ଠ ଓଡିଶା ଟ୍ରାଭେଲ ବଜାର ୨୦୨୫ର ଅଂଶ ଭାବେ ମେଫେୟାର ଲାଗୁନ, ଭୁବନେଶ୍ୱରଠାରେ ଏକ ଦୁଃସାହସିକ ପର୍ଯ୍ୟଟନ (ଆଡ୍‌‌ଭେଂଚର ଟୁରିଜିମ) କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳା ଓଡିଶାର ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରର ଭବିଷ୍ୟତକୁ ନୂଆ ରୂପ ଦେବା ପାଇଁ ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ହିତାଧିକାରୀ,

ସରକାରୀ ଅଧିକାରୀ ଓ ଦୁଃସାହସିକ ପର୍ଯ୍ୟଟନ ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ । ଏହି କର୍ମଶାଳାରେ ୪୦ରୁ ଅଧିକ ରୋମାଂଚକର ପର୍ଯ୍ୟଟନ ଅପରେଟର, ଭ୍ରମଣ ବିଶେଷଜ୍ଞ ଏବଂ ଜଳ କ୍ରୀଡ଼ା, ଏରୋ ସ୍ପୋର୍ଟସ, ଟେରେଷ୍ଟ୍ରିଆଲ କ୍ରୀଡ଼ା ଭଳି ବିଭିନ୍ନ ଶୈଳୀର ଉତ୍ସାହୀ ବ୍ୟକ୍ତିମାନେ ସକ୍ରିୟ ଅଂଶଗ୍ରହଣ କରି ଏହି କ୍ଷେତ୍ରର ବିକାଶରେ ସେମାନଙ୍କର ଅଭିଜ୍ଞତା ଏବଂ ଆହ୍ୱାନ ବାଂଟିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version