No Result
View All Result
୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ବିଶିଷ୍ଟ ଐତିହାସିକ, ଗବେଷକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ଼ଃ ଅଜିତ କୁମାର ତ୍ରିପାଠୀଙ୍କ ଦ୍ୱାରା ଇଂରାଜୀ ଭାଷାରେ ଲିଖିତ ‘ଗୌତମ ବୁଦ୍ଧ’ ପୁସ୍ତକ ସ୍ଥାନୀୟ ଶହୀଦ ନଗରସ୍ଥିତ ଜୟଦେବ କଂପ୍ଲେକ୍ସଠାରେ ଶୁଭ ଉନ୍ମୋଚନ ହୋଇଯାଇଛି l ଗୀତା ବେହେରାଙ୍କ ସଂଯୋଜନା ଓ ଶୁଭମ ଓଝାଙ୍କ ଗୌତମ ବୁଦ୍ଧଙ୍କ ଉପରେ ଆଧାରିତ ସାଂସ୍କୃତିକ ନୃତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ଅଜିତ କୁମାର ତ୍ରିପାଠୀ, ବିଶିଷ୍ଟ ବକ୍ତା ଭାବେ ସଂସ୍କୃତି ପୁରୁଷ, ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ କୁଳପତି ଡ଼ଃ ପ୍ରଫୁଲ୍ଲ କୁମାର ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ ସୁନୀଲ କୁମାର ମିଶ୍ର, ପଣ୍ଡିତ ଗଦାଧର ମହାପାତ୍ର,ଉପସ୍ଥିତ ରହିବା ସହ ଗୌତମ ବୁଦ୍ଧଙ୍କ ଜୀବନ ଦର୍ଶନ ସାରା ବିଶ୍ୱକୁ ଆଲୋକିତ କରିବା ସହ ପଥ ପ୍ରଦର୍ଶନ କରିଛି ବୋଲି ମତରଖିଥିଲେ l ଗୌତମ ବୁଦ୍ଧଙ୍କ ନାମରେ କିଛି ଅଣ ଓଡ଼ିଆ ମିଥ୍ୟା ପ୍ରଚାରରେ ଲିପ୍ତ ଅଛନ୍ତି l
ମୁଖ୍ୟବକ୍ତା ଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରି କହିଥିଲେ ଯେ ଓଡିଶାର ଇତିହାସର ସଠିକ ଗବେଷଣା, ବିସ୍ଲେସଣ ସହ ପ୍ରାମାଣିକ ତଥ୍ୟ ଆକାରରେ ପ୍ରକାଶ ପାଇବା ଆବଶ୍ୟକ l ଆଜିର ଯୁବପିଢ଼ି ତଥା ସମଗ୍ର ଓଡ଼ିଆମାନେ ଓଡ଼ିଶାର ସ୍ୱାଭିମାନ, ସମ୍ମାନ, ଗବେଷଣା ପାଇଁ ଆଗେଇ ଆସିବା ଆବଶ୍ୟକ l ଏହା ସହିତ ଡ଼ଃ ତ୍ରିପାଠୀଙ୍କୁ ଜଣେ ମହାନ ସାରସ୍ୱତ ସାଧକ, ଗବେଷକ ବୋଲି କହିବା ସହିତ ଆଜିର ଗବେଷକ ମାନେ ତାଙ୍କ ପରି ବ୍ୟକ୍ତିତ୍ୱଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି କହିଥିଲେl ଡ଼ଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରି କହିଥିଲେ ଯେ ଗୌତମ ବୁଦ୍ଧଙ୍କ ଅନୁଷ୍ଠାନ ସହ 40 ବର୍ଷର ସମ୍ପର୍କ ଓ ଗୌତମ ବୁଦ୍ଧଙ୍କ ନୀତି, ବାଣୀ ପ୍ରଚାର,
ପ୍ରସାର ସହ ସମାଜକୁ ଆଲୋକର ମାର୍ଗ ଦେଖାଇଛନ୍ତି ବୁଦ୍ଧ l ବୁଦ୍ଧଙ୍କ ସମ୍ପର୍କରେ କହିବା ବହୁତକଷ୍ଟ ସାଧ୍ୟ l ବିଭିନ୍ନ ପୁସ୍ତକରେ ବୁଦ୍ଧଙ୍କ ବିଷୟରେ ବହୁ ବିବାଦପୂର୍ଣ୍ଣ ତଥ୍ୟ ଅଛି l ତାହା କୌଣସି ଗୁଣରେ ପରିପ୍ରେକ୍ଷୀରେ ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ ପାଇଥିଲା l କାର୍ଯ୍ୟକ୍ରମକୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ପୁସ୍ତକ ପ୍ରକାଶକ ଅମରେନ୍ଦ୍ର ମହାପାତ୍ର,ପଦ୍ମନାଭ ତ୍ରିପାଠୀ ପରିଚାଳନା କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ କୃଷ୍ଣ କେଶବ ଆପଟ l

No Result
View All Result