No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ : “ବିଦ୍ୟାଳୟ ଶିକ୍ଷାର ଆତ୍ମା” ବିଷୟରେ ଚର୍ଚ୍ଚା କରାଯାଇଥିଲା | ଏହି ପାଠଚକ୍ରର ଉଦ୍ଦେଶ୍ୟ ଥିଲା ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା, ଶିଶୁମାନଙ୍କ ଭାଷା ଏବଂ ଗଣିତ ଦକ୍ଷତା ବିକାଶ କରିବା ଏବଂ ସ୍କୁଳ ଶିକ୍ଷାର ଭିତି ସୁଦୃଢ଼ କରିବା l
ଏହି ପାଠଚକ୍ରରେ ରାଜସୁନାଖଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼. ଅକ୍ଷୟ କୁମାର ମହାନ୍ତି, ରାୟଗଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସେଠ, ପିରାମଲ ଫାଉଣ୍ଡେସନର ସଦସ୍ୟ ଅମନ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ବିଜ୍ଞାନରେ ସଂଯୋଜିକା କ୍ରିଷ୍ଣା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l
ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ | ଶିକ୍ଷକ ମାନସ ରଂଜନ ପଟ୍ଟନାୟକ ଶୋଳ୍କ ପାଠ କରିଥିଲେ | ଶିକ୍ଷକ ପ୍ରଶିକ୍ଷକ ବାଟକୃଷ୍ଣ ସାହୁ, ମାନସ ରଂଜନ ସାହୁ, ଦୀପକ କୁମାର ପ୍ରଧାନ, ପ୍ରତାପ କୁମାର ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ଅନନ୍ଦିତା ପ୍ରିୟଦର୍ଶିନୀ ପ୍ରମୁଖ ପାଠଚକ୍ର ଉପରେ ଆଲୋଚନା କରିଥିଲେ | ବିଭିନ୍ନ ବ୍ଲକର ସାଧନ କେନ୍ଦ୍ର ସଂଯୋଜକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l
ଏହି ଅବସରରେ, ବିଭିନ୍ନ ବକ୍ତା ଶିକ୍ଷାର ମୂଲ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହୃତ ନୂତନ ପଦ୍ଧତି, ନୀତି ଏବଂ ଅନୁଷ୍ଠାନମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କଲେ। ଏହାସହ ଶିକ୍ଷକମାନଙ୍କୁ ନୂତନ ଶିକ୍ଷଣ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ଦିଆଗଲା। ପାଠଚକ୍ର ଶେଷରେ ଉପସ୍ଥିତ ଅତିଥିମାନେ ଏହି ପ୍ରୟାସକୁ ସ୍ୱାଗତ କରି ଏବଂ ଭବିଷ୍ୟତ୍ ରେ ଏହାକୁ ଅଧିକ ପ୍ରସାରିତ କରିବା ପାଇଁ ଉତ୍ସାହିତ କଲେ | ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

No Result
View All Result