No Result
View All Result
୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ତରାବୋଇ ଗ୍ରାମସ୍ଥ ଶକୁନ୍ତଳା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୫ ମାଟ୍ରିକ ବ୍ୟାଚର ଏକ ଜରୁରୀ ବୈଠକ ଓ ବନ୍ଧୁ ମିଳନ ଆଜି ରବିବାର ମଧ୍ୟାହ୍ନରେ ସ୍ଥାନୀୟ ଭଗବତ ଦେବ ମେଲଣ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ୧୯୮୫ ବ୍ୟାଚର ୬୦ରୁ ଉର୍ଦ୍ଧ ଛାତ୍ର,ଛାତ୍ରୀ ସ’ପରିବାର ଯୋଗଦେଇଥିଲେ। ସୁରେଶ କୁମାର ସାହୁ,
କାର୍ତ୍ତିକ ଦଳେଇ,ପ୍ରକାଶ କାଳିଆ,ନବ କିଶୋର କାଳିଆ,ମହମ୍ମଦ ତାଯୁଦ୍ଦିନ,ଗଦାଧର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ ପୂରାତନ ଛାତ୍ର, ଛାତ୍ରୀ ମାନେ ଯୋଗଦେଇ ବିଦ୍ୟାଳୟ ଜୀବନର ସ୍ମୃତି ଚାରଣ ଓ ଭାବ ଆଦାନ ପ୍ରଦାନ କରିବା ସହିତ ନିଜ ନିଜର ପାରିବାରିକ ସ୍ଥିତି ସମ୍ପର୍କରେ ମତ ବିନିମୟ କରିଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ରଘୁନାଥ ମିଶ୍ର, ଗୌରାଙ୍ଗ ଚରଣ ଜେନା, ସତ୍ୟପ୍ରିୟ ରଥ, ଡମ୍ବରୁ ଧର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର,ଛାତ୍ରୀ ମାନେ ଛାତ୍ର ଜୀବନର ଅତୀତ କାହାଣୀ,ଗୁରୁଙ୍କ ଆଶିଷ, ସମୟାନୁବର୍ତିତା ସମ୍ପର୍କରେ ଉଦବୋଧନ ଦେଇ ଛାତ୍ର,ଛାତ୍ରୀ ମାନେ ଭଲ ମଣିଷ ହେବା ସହିତ ବାପା, ମାଆ, ଗୁରୁଜନଙ୍କୁ ଭକ୍ତି,
ବିଦ୍ୟାଳୟ ପ୍ରତି କର୍ତ୍ତବ୍ୟ ଓ ଦେଶ ସେବାରେ ସାମିଲ୍ ହୋଇ ନିଜର, ବିଦ୍ୟାଳୟର, ସର୍ବପରି ଗ୍ରାମର ନାମ ରଖିବାକୁ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ସଭାରେ ମହମଦ କଲାମୁଦ୍ଦିନ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ପରେ ସୁ’ସ୍ୱାଦୁ ଭୋଜନରେ ସମସ୍ତେ ଆପ୍ୟାୟିତ ହୋଇଥିଲେ ।
ଆସନ୍ତା ବର୍ଷ ପୁନଃ ଏହି ବନ୍ଧୁ ମିଳନ ଉତ୍ସବର ଆୟୋଜନ କରାଯିବ ବୋଲି ସର୍ଵ ସମ୍ମତି କ୍ରମେ ସ୍ଥିରୀକୃତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ନାରାୟଣ ସୁବୁଦ୍ଧି,ତ୍ରିନାଥ ସାମନ୍ତରାୟ, ପ୍ରତାପ ଦାସ, ବାବେନି ବେହେରା, ସରୋଜିନୀ ବରାଳ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ ।

No Result
View All Result