No Result
View All Result
୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତର ମା’ଭଗବତୀ ଫୁଲମରୁଆ ଠାକୁରାଣୀ ପୀଠ ଠାରେ ବିଜୁ ଜନତାଦଳ ତରଫରୁ ଏକ କର୍ମୀ ସମ୍ମିଳନୀ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ରହିବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ସୁବାସ ପାଢ଼ୀ, ପୂର୍ବତନ ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଡମପଡ଼ା ବ୍ଲକ ଯୁବବିଜେଡି ସଭାପତି ଭାଗୀରଥି ପାଣି, ବସନ୍ତ ବେଉରା ପ୍ରଭୃତି ଯୋଗଦେଇ ଦଳିୟ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଯେଉଁମାନେ ଦଳ ଛାଡି ଯାଇଛନ୍ତି ସେମାନଙ୍କୁ ଆଗାମୀ ଦିନରେ କଡା ଜବାବ ଦିଆଯିବ ବୋଲି କହିଥିଲେ ।
ସ୍ଥାନୀୟ ସରପଂଚ ଏବଂ ସମିତି ସଭ୍ୟ ଦଳ ଛାଡି ଥିବାରୁ ସେମାନଙ୍କୁ କର୍ମୀମାନେ ଆଗାମୀ ଦିନରେ ବିରୋଧ କରିବା ସହ ଉଚିତ୍ ଜବାବ ଦିଆଯିବ ବୋଲି କହିଥିଲେ । ତାଳବସ୍ତ ଗ୍ରାମ ପାଇଁ ଏକ ୧୬ଜଣିଆ କମିଟି ଏବଂ ପଦନପୁର ଗ୍ରାମ ପାଇଁ ଏକ ୧୨ଜଣିଆ କମିଟି ଗଠନ କରାଯାଇଥିଲା । ସେମାନେ ପଂଚାୟତର ସମସ୍ତ ସୁବିଧା ଅସୁବିଧା ବୁଝିବେ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା ।

No Result
View All Result