• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର

Proprietor Abhimanyu Maharana by Proprietor Abhimanyu Maharana
February 24, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର
Share on FacebookShare on TwitterWhatsapp

ଓଡିଶା ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ

ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ

୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗର୍ବର ସହିତ ଓଡିଶା ଟ୍ରାଭେଲ ବଜାର ୨୦୨୫ର ୬ଷ୍ଠ ସଂସ୍କରଣର ଘୋଷଣା କରାଯାଉଛି । ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ କାର୍ଯ୍ୟକ୍ରମ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟର ସାଂସ୍କୃତିକ ଐତିହ୍ୟ, ଶାନ୍ତ ବେଳାଭୂମି, ଇକୋ-ଟୁରିଜିମ ଓ ଆଡ୍‌ଭେଂଚର ଟୁରିଜିମ ଅଫରିଙ୍ଗଗୁଡିକୁ ହାଇଲାଇଟ କରିଥିଲେ । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲୱନ୍ତ ସିଂହ ଓଡିଶାର ପର୍ଯ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ପର୍ଯ୍ୟଟନ ନୀତି, ପଦକ୍ଷେପ ଓ ରଣନୈତିକ ଦୃଷ୍ଟିକୋଣ ଉପରେ ମୂଲ୍ୟବାନ ତଥ୍ୟ ସେୟାର କରିଥିଲେ ।

୬ଷ୍ଠ ଓଡିଶା ଟ୍ରାଭେଲ ବାଜାର ୨୦୨୫ ହେଉଛି ଏକ ପ୍ରମୁଖ କ୍ରେତା-ବିକ୍ରେତା ସମ୍ମିଳନୀ ଯାହା ଜାତୀୟ ଓ ଆନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେଶନ ମ୍ୟାନେଜମେଂଟ କମ୍ପାନୀ (ଡିଏମ୍‌ସି) ଓ ଓଡିଶାର ସେଲରମାନଙ୍କୁ ଏକତ୍ରିତ କରିବ । ମେ’ଫେୟାର କନ୍‌ଭେନଶନ ଓ ସ୍ୱସ୍ତି ପ୍ରିମିୟମ ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀଙ୍କୁ ଓଡିଶାର ବିସ୍ତୃତ ପର୍ଯ୍ୟଟନ କ୍ଷେତ୍ରକୁ ଅନ୍ୱେଷଣ କରିବା ପାଇଁ ଅନୁମତି ଦେବ ।

ଏହାର ସଫଳତାକୁ ବଜାୟ ରଖି ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାକୁ ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ । ରାଜ୍ୟର ଲୁକ୍କାୟିତ ସ୍ଥାନଗୁଡିକ ଏବେ ବାସ୍ତବ ଅନୁଭୂତି ଚାହୁଁଥିବା ଭ୍ରମଣକାରୀଙ୍କ ପାଇଁ ପ୍ରାଥମିକ ପସନ୍ଦ ଭାବେ ସ୍ୱୀକୃତି ଲାଭ କରୁଛନ୍ତି । ନିଜର ଅନନ୍ୟ ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟ ସହିତ ଓଡିଶା ବିବିଧ ଓ ଆକର୍ଷଣୀୟ ଭ୍ରମଣ ଅନୁଭୂତି ଦେଉଛି ଯାହା ବର୍ଷ ପରେ ବର୍ଷ ପରିଦର୍ଶକମାନଙ୍କୁ ଆକର୍ଷିତ କରିଆସୁଛି ।

ଓଡିଶା ଟ୍ରାଭେଲ ବଜାର ୨୦୨୫ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଘରୋଇ ଓ ଆନ୍ତର୍ଜାତୀୟ ବଜାରରେ ଓଡିଶାର ପର୍ଯ୍ୟଟନସ୍ଥଳୀଗୁଡିକୁ ପ୍ରୋତ୍ସାହିତ କରିବା । ଓଡିଶାରେ ଥିବା ସମ୍ଭାବନାଗୁଡିକର ଏକ ସତେଜ ଦୃଷ୍ଟିକୋଣ ଉପସ୍ଥାପନ କରି ରାଜ୍ୟ ସରକାର ଆନ୍ତର୍ଜାତୀୟ ମାନର ଏକ ବହୁମୂଖୀ ପର୍ଯ୍ୟଟନ କେନ୍ଦ୍ର ଭାବେ ଓଡିଶାକୁ ଅବସ୍ଥାପିତ କରିବା ପାଇଁ ରଣନୈତିକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ, ବେଲ୍‌ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ର ଅଧିକ ବିଦେଶୀ ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ୭୦ ଜଣ ସେଲର, ଘରୋଇ ଟୁର ଅପରେଟର (ଡିଟିଓ) ଓ ବିଦେଶୀ ଟୁର ଅପରେଟର (ଏଫ୍‌ଟିଓ)ଙ୍କ ମଧ୍ୟରେ ବି୨ବି ବୈଠକଗୁଡିକ ଉପରେ ଗୁରୁତ୍ୱ ଦେବ ।

ଏଥିସହିତ ଅଂଶଗ୍ରହଣକାରୀମାନେ ଭିତରକନିକା, ରଘୁରାଜପୁର, ପୁରୀ-କୋଣାର୍କ, ଡାଇମଣ୍ଡ ଟ୍ରାଏଙ୍ଗେଲ ଭଳି ଓଡିଶାର ବିଭିନ୍ନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀଗୁଡିକୁ ଯାତ୍ରା କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେଲରମାନଙ୍କ ସହ ୩୦୦୦ ପୂର୍ବ ନିର୍ଦ୍ଧାରିତ ବୈଠକ ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ ବି୨ଜି ବୈଠକ ଓ ଆଡ୍‌ଭେଂଚର ୱର୍କଶପ ଏହି କାର୍ଯ୍ୟକ୍ରମର ପ୍ରମୁଖ ଅଂଶ ହେବାକୁ ଯାଉଛି । ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ କରିବା ଏବଂ ବିଶ୍ୱବ୍ୟାପୀ ଭ୍ରମଣକାରୀଙ୍କ ପାଇଁ ଏକ ନିଶ୍ଚିତ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ରାଜ୍ୟକୁ ଅବସ୍ଥାପିତ କରିବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅପହରଣ ମାମଲାରେ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡିରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ

ଅପହରଣ ମାମଲାରେ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡିରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ

August 13, 2026
ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

August 13, 2026
ଗୁଜୁରାଟରେ ଅନୁଷ୍ଠିତ ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପାରଳା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭଙ୍କର ସମ୍ମାନୀତ

ଗୁଜୁରାଟରେ ଅନୁଷ୍ଠିତ ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପାରଳା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭଙ୍କର ସମ୍ମାନୀତ

August 13, 2026
ଗଜପତିରେ ‘ହର ଘର ତ୍ରିରଙ୍ଗା–୨୦୨୬’ ଉତ୍ସବମୁଖର ପରିବେଶରେ ବାହାରିଲା ବିଶାଳ ତ୍ରିରଙ୍ଗା ବାଇକ୍ ରାଲି

ଗଜପତିରେ ‘ହର ଘର ତ୍ରିରଙ୍ଗା–୨୦୨୬’ ଉତ୍ସବମୁଖର ପରିବେଶରେ ବାହାରିଲା ବିଶାଳ ତ୍ରିରଙ୍ଗା ବାଇକ୍ ରାଲି

August 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅପହରଣ ମାମଲାରେ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡିରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ

ଅପହରଣ ମାମଲାରେ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡିରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ

August 13, 2026
ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

August 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version