No Result
View All Result
୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ବନାଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ l ବାଲିଗୁଡା ବନଖଣ୍ଡ ର ଡ଼ିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ବାଳଗୋପାଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱlବଧାନ ରେ ଶ୍ରୀରାମପୁର ସେକ୍ସନ ଓ ସୁବର୍ଣ୍ଣଗିରୀ ଠାରେ ଏକ ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ମାନେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କୁ ସଚେତନତା ର ବାର୍ତ୍ତା ବlଣ୍ଟିଥିଲେ ।
ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରଚିତ ଓ ନିର୍ଦ୍ଦେଶନାରେ ସଚେତନଧର୍ମି ପଥପ୍ରାନ୍ତ ନାଟକ ” ଜଳୁଛି ଜଙ୍ଗଲ” ବେଶ ହୃଦୟସ୍ପର୍ଶୀ ହୋଇଥିଲା l ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ରୁ ନିବୃତ, ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ଆୟୋଜିତ ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମିନତୀ ପାଟମାଝି ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜ଼ିଲ୍ଲା ରେ କାର୍ଯ୍ୟରତ ଅଗ୍ନିଶମ ଅଧିକାରୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଖଣ୍ଡଗିରୀ ଯୋଗଦେଇ ଜଙ୍ଗଲ ନିଆଁ କୁ ରୋକିବା ଓ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ହରିଶ ପ୍ରଧାନ, ଫକୀର ଡିଗାଲ, ରବୀନ୍ଦ୍ର ନାୟକ, ପ୍ରିୟଙ୍କା କହଁ ର, ଫରେଷ୍ଟ ଗାର୍ଡ ସଂଜୀବ ବିଶିମାଝି, ଶ୍ରଦ୍ଧାଞ୍ଜଳି ମଳିକ, ଧନେଶ୍ୱର ବେନିଆ ଖଗେଶ୍ୱର ପ୍ରଧାନ, ରଜନୀ କାନ୍ତ ବେହେରା, ଦୀପକ ପଟ୍ଟନାୟକଙ୍କ ସମେତ ସମସ୍ତ ଫରେଷ୍ଟ ଗାର୍ଡ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରି ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l

No Result
View All Result