No Result
View All Result
୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧକ୍ଷକ ଶ୍ରୀମତୀ ସୁମିତ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଇନ୍ସପେକଟର ରାଧୁଆକାନ୍ତ ଭୋଇଙ୍କ ତତ୍ତ୍ୱବଧାନରେ ବାଲୁଗାଁ ଓ.ଆ.ସି ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ରତନପୁର ଗ୍ରାମର ଭୀମ ବେହେରାଙ୍କ ପୁଅ ଜିତେନ୍ଦ୍ର ବେହେରା(23)ଙ୍କୁ ଗିରଫ କରି ତାଙ୍କ ଠାରୁ 100 ଲିଟର ମହୁଲି ମଦ,
ଏକ ମୋଟର ସାଇକେଲ ଯାହାର ନମ୍ବର -ORO2B41853,ଏକ ମୋବାଇଲ,700 ଟଙ୍କା ଜବତ କରିବା ସହ 256/2025 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l ଏହି ଚଢ଼ାଉ ବେଳେ ଓ ଆଇ ସି ସୁଜିତ କୁମାର ମୁଦୁଲି,ଏ. ଏସ. ଆଇ ସଞ୍ଜୟ କୁମାର ସୁବୁଦ୍ଧି,କନେଷ୍ଟବଳ ତୁଷାରକାନ୍ତ ଚମ୍ପତ୍ତି, ଅନ୍ତର୍ଯ୍ୟାମୀ ସାହୁ ,ସୁନୀତା ମହାରଣା, ସସ୍ମିତା ସେଠୀ, ମନୋଜ ଜୟସିଂହ, କାଳୁ ପ୍ରଧାନ ପ୍ରମୁଖ ସାମିଲି ଥିଲେ l

No Result
View All Result