No Result
View All Result
ଖୋର୍ଦ୍ଧା-ଜଟଣୀ ୨୧ ଫେବୃଆରି ୨୦୨୫ :- ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରଧାନସାହି, ପାଞ୍ଚଗାଁ, ଜାମୁକୋଳି, ବରକୁଦା ଗ୍ରାମ ମଧ୍ୟରେ ଥିବା ଲବଣଗିରି ପାହାଡ଼ରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର, ମନ୍ଦିର ଓ ପରିସରରେ ଥିବା ମା ବିମଳା ଓ ମା ଲକ୍ଷ୍ମୀ ମନ୍ଦିରର ଗର୍ଭପୂର୍ଣ୍ଣ ଉପଲକ୍ଷେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇ ଗର୍ଭପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଶୁଭ ଉତ୍ସବରେ ଭୁବନେଶ୍ଵର ଲୋକସଭା ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ହାଇଟେକ୍,କିଷ୍ଟ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ,ଶ୍ରୀ ସୁଧାଂଶୁ ଶେଖର ପଟ୍ଟନାୟକ,ଶ୍ରୀ ତ୍ରିଲୋଚନ ପ୍ରଧାନ(ଚଇନ) ଶ୍ରୀ ମନୁ ମଲ୍ଲିଆ ଏବଂ ସମଗ୍ର ଅଞ୍ଚଳର ଶତାଧିକ ଗୁରୁଜନ ଓ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ ।

No Result
View All Result