No Result
View All Result
୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ପାହାଳ ଥାନା ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଲୁଟ ହୋଇଥିବା ୩ ଟି ମୋବାଇଲ ଫୋନ ସହ ସେମାନେ ବ୍ୟବହାର କରୁଥିବା ଏକ ବାଇକକୁ ଜବତ କରିବା ସହିତ , ଦୁଇ ମୋବାଇଲ ଲୁଟେରାଙ୍କୁ ଗୁରୁବାର କୋର୍ଟ ଚାଲାଣକରିଛି । ଗିରଫ ଯୁବ ଦୁଇ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଜଗନ୍ନାଥପୁର ଗ୍ରାମର ମନୋରଞ୍ଜନ ଭୋଇ ଆଲିଆସ ତପୁ ୨୦ ବର୍ଷ ଏବଂ କଟକ ଜିଲ୍ଲା ସଦର ଥାନା ସନ୍ତୋଳ ନଗରୀ ଗ୍ରାମର ବିକ୍ରମ ବେହେରା ଆଲିଆସ ଗୁଡୁ ୨୧ ବର୍ଷ ।
ଅଭିଯୋଗ କାରୀ ଦେବେନ୍ଦ୍ର କୁମାର ସାହୁ ଏବଂ ତାଙ୍କର ଜଣେ ସଂପର୍କୀୟ ଭାଇ ଏକ ସ୍କୁଟିରେ ରାତି ୯ ଟାରେ ତ୍ରିନାଥ ବଜାରରୁ ନଖରା ଅଭିମୁଖେ ଆସୁଥିବା ସମୟରେ , ଉକ୍ତ ଦୁଇ ଅଭିଯୁକ୍ତ ଇଷ୍ଟି କଲେଜ ପାଖରୁ ଏକ ପଲସର ବାଇକ୍ ଯୋଗେ ଆସି ଦେବେନ୍ଦ୍ର ହାତରୁ ମୋବାଇଲ ଲୁଟି ନେଇ ନଖରା ଆଡ଼କୁ ଦୃତ ଗତିରେ ବାଇକ ନେଇ ପଳାଇଥିଲେ । ଦେବେନ୍ଦ୍ର ଏବଂ ତାଙ୍କର ସମ୍ପର୍କୀୟ ଭାଇ ସ୍କୁଟିରେ ପିଛା କରିଥିଲେ ମଧ୍ୟ ଦୁଇ ଫୋନ ଲୁଟେରାଙ୍କୁ ଧରି ପାରିନଥିଲେ ।
ଏନେଇ ଦେବେନ୍ଦ୍ର ପାହାଳ ଥାନାରେ ଅଭିଯୋଗ କରିଥିଲେ । ପାହାଳ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଅଭିଯୁକ୍ତ ତ୍ରିନାଥ ବଜାରରୁ ନଖରା ଅଭିମୁଖେ ଏକ ବାଇକରେ ଆସୁଥିବା ଖବର ପାଇ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ପୋଲିସ ପଚରାଉଚରା କରିବାରୁ ସେମାନେ ମୋବାଇଲ ଲୁଟ କରିଥିବା ନେଇ ପୋଲିସ ନିକଟରେ ମାନି ଯାଇଥିଲେ । ମନୋରଞ୍ଜନ ଭୋଇ ଆଲିଆସ ତପୁ ଜଣେ ଅଭ୍ୟାସ ଗତ ଅପରାଧୀ ହୋଇଥିଲା ବେଳେ ତା ନାମରେ ପାହାଳ ଥାନାରେ ୬ ଗୋଟି ଏବଂ କଟକ ସଦର ଥାନାରେ ଗୋଟିଏ ଅପରାଧିକ ମାମଲା ରହିଥିବା ପାହାଳ ପୋଲିସ ପ୍ରକାଶ କରିଛି ।

No Result
View All Result