No Result
View All Result
୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ନପୂଣ ଓଡ଼ିଶା ମେଳା ଡମପଡ଼ା ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସଭା ମଣ୍ଡଳ ଶିକ୍ଷାଧିକାରୀ ସନ୍ତୋଷ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନ୍.ଏ.ସି ନଗରପାଳ ଶ୍ରୀମତୀ ମାଣିକ ସାହୁ, ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, ସମ୍ମାନୀୟ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଜ୍ୟୋତି ଷଡଙ୍ଗୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା, ଏ.ବି.ଓ ପ୍ରଫୁଲ କୁମାର ବେହେରା, ଜୟନ୍ତୀ ବିଶ୍ୱାଳସ,
ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା ଯୋଗଦେଇ ପ୍ରଥମ ଠାରୁ ତୃତୀୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ଭାଷା ଓ ଗାଣିତ୍ୟିକ ଜ୍ଞାନରେ କିପରି ନିପୂଣ ରହିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ସି.ଆର୍.ସି.ସି ଦିଲ୍ଲୀପ୍ କୁମାର ମହାପାତ୍ର ଅତିଥି ପରିଚୟ , ସ୍ୱାଗତ ଭାଷଣ ଦେବା ସହ ନିପୂଣ ଓଡ଼ିଶା ଶପଥ ପାଠ କରାଇଥିଲେ । ଶେଷରେ ଚର୍ଚ୍ଚିକା କ୍ଲଷ୍ଟଣ ସି.ଆର.ସି.ସି ତପନ କୁମାର ରାମ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ମଣ୍ଡଳସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଖେଳନା ଓ ଚିତ୍ର ପ୍ରଦର୍ଶନ କରିଥିଲେ ।

No Result
View All Result