No Result
View All Result
୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଅଛି I ଏଥିରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ଏହି ବର୍ଷ, ସୁରକ୍ଷିତ ଇଣ୍ଟରନେଟ୍ ଦିବସରେ “ଏକ ଉତ୍ତମ ଇଣ୍ଟରନେଟ୍ ପାଇଁ ଏକାଠି” ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ।
ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ, ଶୁଭାଶିଷ ପଟ୍ଟନାୟକ ଓ ଡି.ଆଇ.ଓ , ଏନ.ଆଇ.ସି ରଜନୀଶ କାନ୍ତ ପାଣ୍ଡେ ଏହି କର୍ମଶାଳାକୁ ପରିଚାଳନା କରିବା ସହ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଇଣ୍ଟରନେଟ ବିଷୟରେ ସଚେତନତା ସୃଷ୍ଟି କରାଇବା ସହ ଇଣ୍ଟରନେଟର ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ବିଶେଷକରି ଶିଶୁ, ମହିଳା ଏବଂ ଯୁବକମାନଙ୍କ ମଧ୍ୟରେ କିପରି ପ୍ରୋତ୍ସାହିତ କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।

No Result
View All Result