• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ – ଓଡ଼ିଶା 

Proprietor Abhimanyu Maharana by Proprietor Abhimanyu Maharana
February 9, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ – ଓଡ଼ିଶା 
Share on FacebookShare on TwitterWhatsapp

୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆସିସ୍ (ଏଲଏଫ) ଦୂରୀକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ୨୦୨୫ ଫେବୃଆରୀ ୧୦ ତାରିଖରୁ ଆୟୋଜନ କରାଯିବ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ସହିତ ମିଶି ଏକ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା ଭୁବନେଶ୍ୱର ଠାରେ ୨୦୨୫ ଫେବୃଆରୀ ୬ ତାରିଖରେ ଆୟୋଜନ କରାଯାଇଥିଲା । ରୋଗର ଭୟାବହତା ଏବଂ ପ୍ରଭାବ ସମ୍ପର୍କରେ ଜନସାଧାରଣ ଯେଭଳି ସଠିକ ସୂଚନା ସୁନିଶ୍ଚିତ ଭାବରେ ପାଇବେ, ସେଥିପାଇଁ ଏହି କର୍ମଶାଳା ଆୟୋଜିତ ହୋଇଥିଲା ।

କର୍ମଶାଳା ଅବସରରେ ଡା. ଜିତେନ୍ଦ୍ର କୁମାର ବେବର୍ତ୍ତା , ସ୍ୱତନ୍ତ୍ର ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର କହିଥିଲେ, “ଏମଡିଏ ପର୍ଯ୍ୟାୟରେ ଉପରୋକ୍ତ ଛଅ ଟି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତ ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇବେ ।” ସେ ଆହୁରି ମଧ୍ୟ କହିଥିଲେ ଯେ, “ଏହି କାର୍ଯ୍ୟକ୍ରମ ଅଧୀନରେ ଜନସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଫାଇଲେରିଆ ଦୂରୀକରଣ ଦିଗରେ ପ୍ରତିବଦ୍ଧତା ସହିତ ଜନ-ପ୍ରତିନିଧି, ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଫାଇଲେରିଆସିସ୍ ଦୂରୀକରଣ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।” ଜନସାଧାରଣ ଓ ଗଣମାଧ୍ୟମର ସମର୍ଥନ ବଳରେ ହିଁ ଆମେ ଫାଇଲେରିଆକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାରେ ସମର୍ଥ ହୋଇପାରିବା । ବହୁସଂଖ୍ୟାରେ ହିତାଧିକାରୀ ଫାଇଲେରିଆ ନିରୋଧୀ ଔଷଧ ସେବନ କଲେ, ଫାଇଲେରିଆ ସଂକ୍ରମଣ ଶୃଙ୍ଖଳାକୁ ଛିନ୍ନ କରାଯାଇପାରିବ ଏବଂ ଏହି ରୋଗକୁ ନିୟନ୍ତ୍ରଣକୁ ଅଣାଯାଇପାରିବ ।”

ଡା.ନୀଳକଣ୍ଠ ମିଶ୍ର, ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର କହିଥିଲେ ଯେ, “ଫାଇଲେରିଆ ଏକ ସାଂଘାତିକ ଜନସ୍ୱାସ୍ଥ୍ୟ ସମସ୍ୟା, ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଯାହା ଆରୋଗ୍ୟସାଧ୍ୟ ନୁହେଁ ।

ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍‌ଏଫ୍‌ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ଲାଂଛନାର ଶିକାର ହୋଇଥାନ୍ତି । ଫାଇଲେରିଆସିସ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି, ଆଲବେଣ୍ଡାଜୋଲ, ଆଇଭରମେକଟିନ) ସେବନ ଦ୍ୱାରା ରୋକାଯାଇପାରିବ ।”

ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଡା. ମିଶ୍ର କହିଲେ ଯେ, ଏହି ଔଷଧ ପୂର୍ବରୁ ବ୍ୟବହାର ହେଉଥିବା ଔଷଧଗୁଡିକ ମଧ୍ୟରେ ଅର୍ନ୍ତଭୁକ୍ତ ଓ ଏହାର ସେପରି ଗୁରୁତର ପ୍ରତିକ୍ରିୟା ନାହିଁ । ଯେଉଁ ସବୁ ଛୋଟଛୋଟ ପ୍ରତିକ୍ରିୟା ହୋଇପାରେ ତାହା ପ୍ରାୟତଃ କିଛି ଚିକିତ୍ସା ଆବଶ୍ୟକ କରେନାହିଁ, ତେଣୁ ଜନସାଧାରଣ ମନରୁ ସନ୍ଦେହ ଦୂରକରି ଏହି ଔଷଧ ସେବନ କରିବା ଉଚିତ୍ । ଏହା ଏକ ଔଷଧ ସେବନର ଶୁଭ ସଙ୍କେତ । ଜିଲ୍ଲା ତଥା ବ୍ଲକ ସ୍ତରରେ ଏହିଭଳି କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ନିମନ୍ତେ ଆରଆରଟି ଦଳ ଗଠନ କରାଯାଇଛି ।

ସେ ମଧ୍ୟ କହିଥିଲେ ଯେ, ‘ଆଲବେଣ୍ଡାଜୋଲ’କୁ ଚୋବେଇ ଖାଇବା ଉଚିତ୍, ଡିଇସି ଏବଂ କୁ ଆଇଭରମେକଟିନ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ସାଧାରଣ ଭାବରେ ବ୍ୟବହୃତ ।
ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ନିମନ୍ତେ ଭାରତର ଜାତୀୟ କାର୍ଯ୍ୟକ୍ରମ ସମ୍ପ୍ରତି ପାଂଚସୂତ୍ରୀ ରଣକୌଶଳକୁ ନେଇ କାର୍ଯ୍ୟକାରୀ କରାଯାଉଛି :-

୧. ସାମୂହିକ ଔଷଧ ସେବନ (ଏମଡିଏ): ରୋଗପ୍ରବଣ ଅଞ୍ଚଳରେ ଫାଇଲେରିଆସିସ୍ ବ୍ୟାପିବା ରୋକିବା ସକାଶେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବା ଅତ୍ୟନ୍ତ ଜରୁରୀ ।

୨. ଗୋଡର ଗୋଡର ଯତ୍ନ ଏବଂ ହାଇଡ୍ରୋସିଲ ଅସ୍ତ୍ରୋପଚାର ।

୩. ଭେକ୍ଟର (ମଶା ) ନିୟନ୍ତ୍ରଣ

୪. ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ, ପଂଚାୟତି ରାଜ ମନ୍ତ୍ରଣାଳୟ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ସହରାଂଚଳ ଓ ଗ୍ରାମାଂଚଳ ବିକାଶ ମନ୍ତ୍ରଣାଳୟ ଆଦି ସମ୍ବନ୍ଧିତ ମନ୍ତ୍ରଣାଳୟ ର ସମ୍ମିଳିତ ପ୍ରୟାସ

୫. ଡିଜିଟାଲ ପ୍ଳାଟଫର୍ମଗୁଡିକର ସମନ୍ୱିତ ପ୍ରୟାସ ଦ୍ବାରା ଜନ ସଚେତନତା

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅତିରିକ୍ତ ନିର୍ଦ୍ଦେଶକ ତଥା ଷ୍ଟେଟ ପ୍ରୋଗ୍ରାମ ଅଫିସର ଡା.ପ୍ରଭାକର ସାହୁ କହିଥିଲେ, “୨୦୨୭ ସୁଦ୍ଧା ଫାଇଲେରିଆସିସ୍‌ର ଦୂରୀକରଣ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପ୍ରୟାସ ସମୂହର କାର୍ଯ୍ୟକାରିତା ଜାରି ରଖିବାର ଗୁରୁତ୍ୱକୁ ଉପଲବ୍ଧି କରି ଓଡ଼ିଶା ସରକାର ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ରାୟଗଡା ର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାର ୪୭ ବ୍ଲକ ରେ ଏମଡିଏ କାର୍ଯ୍ୟକ୍ରମ ହେବ ।

ଡା.ସୁଚିତ୍ରା ସାସମଲ, ସିନିୟର ରିଜିଓନାଲ ଡାଇରେକ୍ଟର, ଓଡ଼ିଶା କହିଥିଲେ, “ଏହା ଏକ ଦୂରୀକରଣଯୋଗ୍ୟ ରୋଗ କିନ୍ତୁ ଆରୋଗ୍ୟସାଧ୍ୟ ରୋଗ ନୁହେଁ । ଓଡ଼ିଶାର ଉପରୋକ୍ତ 6ଟି ଜିଲ୍ଲାରେ ଫେବ୍ରୁୟାରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ହେଉଥିବାବେଳେ ରାଜ୍ୟକୁ ଫାଇଲେରିଆ ମୁକ୍ତ ଓଡ଼ିଶା କରିବା ଲକ୍ଷ୍ୟ ହାସଲ ନିମନ୍ତେ ଆମେ ବିପୁଳ ସଫଳତା କାମନା କରୁଛୁ ।” ଡା.ଅମରେନ୍ଦ୍ରନାଥ ମହାନ୍ତି, ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା କହିଥିଲେ, “ସାମ୍ପ୍ରତିକ ସମୟରେ ଜନସାଧାରଣଙ୍କ ସହଯୋଗ ଦ୍ବାରା ଓଡ଼ିଶା ରାଜ୍ୟ ଫାଇଲେରିଆମୁକ୍ତ ହୋଇପାରିବ ଏବଂ ଆମମାନଙ୍କର ସାମୂହିକ ପ୍ରୟାସ ବଳରେ ଏହା ହାସଲ କରାଯାଇପାରିବ ।”

ସେ ମଧ୍ୟ ଗଣମାଧ୍ୟମକୁ ପ୍ରମାଣ ଆଧାରିତ ତଥ୍ୟ ପ୍ରସାରଣ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ଏବଂ ରୋଗ ଦୂରୀକରଣ ଲକ୍ଷ୍ୟ ହାସଲ ଦିଗରେ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଭିଯାନ ପର୍ଯ୍ୟାୟରେ ୬ ଟି ଜିଲ୍ଲାରେ ୩୮,0 ୬,0୪୮ଜଣ ହିତାଧିକାରୀଙ୍କୁ ଔଷଧ ଖୁଆଇବା ସୁନିଶ୍ଚିତ କରିବା ପାଇଁ ୧ ୫,୦୩୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ । କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୧୫୦୩ ଜଣ ସୁପରଭାଇଜରମାନଙ୍କୁ ନିୟୋଜିତ କରାଯାଉଛି ।

ଶେଷରେ ଶ୍ରୀ ଅନୁଜ ଘୋଷ, ସିନିୟର ଡାଇରେକ୍ଟର, ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କର ମିଳିତ ପ୍ରୟାସରେ ଆମେ ରାଜ୍ୟରେ ଲିମ୍ଫାଟିକ ଫାଇଲେରିଆସିସ୍ ଭଳି ସାଂଘାତିକ ରୋଗକୁ ଦୂର କରିପାରିବା ବୋଲି ଆଶାବ୍ୟକ୍ତ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏବଂ ପିସିଆଇର ରାଜ୍ୟ ପ୍ରତିନିଧି ମଧ୍ୟ ଏହି ଗଣମାଧ୍ୟମ କର୍ମଶାଳାରେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version