No Result
View All Result
୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ରାଜସୁନାଖଳାରେ ଗତକାଲି ବିଳମ୍ବିତ ରାତିରେ ଫୁଟିଲା ବୋମା ! ପୁର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି !
ଘଟଣାରୁ ପ୍ରକାଶ ରାଜସୁନାଖଳା ତଳ ବଜାରରେ ଦୋକାନ ସନ୍ତୋଷ କୁମାର ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଶ୍ରୀ ସାହୁଙ୍କ ଉପରେ ଦୃବୁତ୍ତମାନେ ବୋମା ମାଡ଼ କରି ଫେରlର ହୋଇଯାଇଛନ୍ତି !
ଶ୍ରୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି l ବୋମା ମାଡ଼ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ପୁର୍ବଶତ୍ରୁତାକୁ ହିଁ କାରଣ l
ରାଜସୁନାଖଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି l ଦୁର୍ବୁତ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଥିବା ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତିପ୍ରକାଶ ମହାନ୍ତିଙ୍କଠାରୁ ସୂଚନା ମିଳିଛି l

No Result
View All Result