୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :– ଟିକାବାଲି ଓ ରାଇକିଆ ବ୍ଲକ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଓ ଜିଲ୍ଲା କୃଷି ବିଭାଗ ର ମିଳିତ ସହଯୋଗରେ ଚାଲିଥିବା ବିଭିନ୍ନ ଯୋଜନା ଯଥା ଶ୍ରୀ ଅନ୍ନ ଅଭିଯାନ ଓ ରାଇକିଆ ବ୍ଲକ ର ସମନ୍ଵିତ କୃଷି ଅନ୍ତର୍ଗତ ବ୍ୟକ୍ତିଗତ ଓ ସାମୁହିକ ପ୍ରକଳ୍ପ ଗୁଡିକୁ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ତୁଙ୍ଗ ବୁଲି ଦେଖିଛନ୍ତି । ପ୍ରଥମେ ଅନୁଷ୍ଠାନ ର ପାବୁରିଆ ସ୍ଥିତ ଅଫିସ ଠାରେ ମାଣ୍ଡିଆ ସଫା ଓ ଗ୍ରେଡିଂ ଯନ୍ତ୍ର କୁ ଉଦ୍ଘାଟନ କରିବା ପରେ ମାଲେରୀମାହା ଗ୍ରାମର ରିନା ନାୟକ ଙ୍କ ଖରାଦିନିଆ ମାଣ୍ଡିଆ ରୋପଣ କ୍ଷେତ୍ର ପରିଦର୍ଶନ କରିଥିଲେ ।

ତାଙ୍କ ସହିତ ଆସିଥିବା ଜିଲ୍ଲା ସଂଯୋଜିକା ସବିତା ସୁବୁଦ୍ଧି ଓ ୱ୍ୟାଇପି ପୁରୁଷୋତ୍ତମ ମହାନ୍ତି ବ୍ୟକ୍ତିଗତ ଭାବେ ଚାଷି ଙ୍କୁ ଖରାଦିନିଆ ମାଣ୍ଡିଆ ର ଚାଷ ପ୍ରଣାଳୀ ଓ ରୋଗ ,ପୋକ ନିୟନ୍ତ୍ରଣ ବିଷୟରେ ବୁଝାଇଥିଲେ । ତତ୍ସହୀତ ଷ୍କିମ ଅଫିସର ହେମନ୍ତ କୁମାର ଦାସ ଓ ଟିକାବାଲି ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ଦଳବେହେରା ଚାଶଜମିକୁ ବୁଲି ଦେଖିବାସହ ଜଳ ସିଂଚନ ବିଷୟରେ ସୂଚନା ଦେଇଥିଲେ। ଏଥିସହ ରାଇକିଆ ଗ୍ରସ୍ତ କରି ସମନ୍ଵିତ କୃଷି ପ୍ରକଳ୍ପ ର ବିଭିନ୍ନ କ୍ଷେତ୍ର ପରିଦର୍ଶନ ସ୍ବରୂପ ସୁଗଡବାଡି,

ଡିବାରିଗାଁ ଓ କାମ୍ବେରିକିଆ ଅଞ୍ଚଳ ର ଛେଳି ଓ କୁକୁଡ଼ା ଫାର୍ମ ପରିଦର୍ଶନ କରିବା ସହିତ ଉନ୍ନତ କୃଷି ର ଟ୍ରେଲିସ୍ ପ୍ରଣାଳୀ କୁ ସମୀକ୍ଷା କରି ଚାଷୀ ମାନଙ୍କୁ ଉପଦେଶ ଦେଇଥିଲେ । ରାଇକିଆ ବ୍ଲକ କୃଷି ଅଧିକାରୀ ଶଚିନ୍ଦ୍ର କୁମାର ସେଠୀ ଓ ଅତିରିକ୍ତ କୃଷି ଅଧିକାରୀ ସୁଦୀପ୍ତ ପ୍ରଧାନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହିତ ଚାଷ ର ପ୍ରଣାଳୀ ବିଷୟରେ ଚାଷୀ ମାନଙ୍କୁ ବୁଝାଇଥିଲେ । ଅନୁଷ୍ଠାନ ତରଫରୁ ସ୍ଵଧର୍ମ ରାଉତ , କୁଶ ସାନସେଠ ଓ ବିଶ୍ଵରଞ୍ଜନ ଦଳବେହେରା ଙ୍କ ସହିତ ଉଦ୍ୟୋଗୀ କୃଷି ଉତ୍ପାଦନ ସଂଗଠନ ର ମୁଖ୍ୟ ପରିଚାଳନା ଅଧିକାରୀ ସୁସ୍ମିତା ଜେନା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।















