No Result
View All Result
୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :- ବନ୍ଦେ ଉତ୍କଳ ମହାସଂଘ ଦ୍ୱାରା ପରିଚାଳିତ ଶ୍ରୀ ନୀଳାଚଳ ନାମ ସଂକୀର୍ତ୍ତନ ଓ ଭାଗବତ ସେବା ପରିଷଦର କର୍ମକର୍ତ୍ତା ନିର୍ବାଚନ ଓ କର୍ମୀସମ୍ମିଳନୀ ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ ବୁଲେନ ଭାଇ ସେବା ସଦନରେ ଅନୁଷ୍ଠିତ ହୋଇ ଯାଇଛି ମହାସଂଘର ସଭାପତି ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆଗାମୀ ଦିନରେ ରହିଥିବା ଅନେକ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ,
ସରକାରୀ ସ୍ତରରେ ସମସ୍ତ କଳାକାର କିପରି ଉପକୃତ ହୋଇପାରିବେ, କଳାକାର ଭତ୍ତାକୁ 5500 ଓ 80ବର୍ଷରୁ ଉର୍ଦ୍ଧ କଳାକାରଙ୍କୁ 9500ଟଙ୍କା ପ୍ରଦାନ କରିବାପାଇଁ ସରକାରଙ୍କ ନିକଟରେ ଦାବି ରଖାଯିବ , ମହାସଂଘରେ ସବୁ ବର୍ଗର କଳାକାରଙ୍କୁ ସାମିଲ କରାଯାଇ ନିରପେକ୍ଷ ଚୟନ ପ୍ରକ୍ରିୟା ରେ 100ରୁ ଉର୍ଦ୍ଧ ଶ୍ରେଷ୍ଠ ଓ ବରିଷ୍ଠ କଳାକାରଙ୍କୁ ମହାସଂଘ ବାର୍ଷିକ ସହାୟତା ପ୍ରଦାନ କରିବ ।
ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବିନୋଦ କୁମାର ଭୋଇ, ଅତିରିକ୍ତ ସମ୍ପାଦକ ଅଶୋକ ନାଏକ ଉପ ସଭାପତି -ବିବେକାନନ୍ଦ ବେଉରା, ପ୍ରସନ ପାତ୍ର , ଆଇନ ପରାମର୍ଶ ଦାତା -ସୁମନ୍ତ କୁମାର ସ୍ୱାଇଁ, ଉପଦେଷ୍ଟା -ହରପ୍ରସାଦ ଜେନା, ଡ଼ା ଲଡ଼ୁକିଶୋର ପଢ଼ିଆରୀ, କୃପାନେତ୍ରର ସମ୍ପାଦକ -ରବୀନ୍ଦ୍ର ପାତ୍ର ଜିଲ୍ଲା ସଭାପତି -ପ୍ରଭାତ ରାଉତ, ଅତିଥି ଭାବେ ଯୋଗ ଦେଇଥବା ବେଳେ କର୍ମକର୍ତ୍ତାଙ୍କ ମଧ୍ୟରେ ପଶ୍ଚିମାଞ୍ଚଲ ମୁଖ୍ୟ ଗୋଲାପ ଜେନା, ରାଜ୍ଯ କର୍ମକର୍ତ୍ତା ରତ୍ନାକର ସାହୁ ,
ରାଜ୍ଯ ସଂଯୋଜକ ଚନ୍ଦ୍ର ଶେଖର ସାମଲ, ଉତ୍ତରାଞ୍ଚଳ ମୁଖ୍ୟ ମନୋରଞ୍ଜନ ପାତ୍ର , ପୂର୍ବାଞ୍ଚଳର ମୁଖ୍ୟ ବିଧୁଭୂଷଣ ନାୟକ , ଜିଲ୍ଲାସଭାପତି ଅଭିମନ୍ୟୁ ବେହେରା , ରବୀନ୍ଦ୍ର ପାତ୍ର, ସୁରେନ୍ଦ୍ର କୁମାର ସାହୁ, ରାଘବ ବେହେରା, ସଂଯୋଜକ ସୁବଳ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result