No Result
View All Result
ଫୁଲବାଣୀ,ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳର ବାର୍ଷିକ ଉତ୍ସବ ଅନୁଷ୍ଠିତ
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :- କନ୍ଧମାଳସ୍ଥିତ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଶୁକ୍ରବାର ଏହି ଉତ୍ସବ ପାଳିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ମାର୍ଗଦର୍ଶନ ପାଇଁ ଉଚ୍ଚପ୍ରଶଂସା କରିଥିଲେ ଜିଲ୍ଲାପାଳ । ଏହାସହିତ ନିଜର ପିଲାମାନଙ୍କୁ ଯଥେଷ୍ଟ ସମୟ ଦେବାକୁ ସେମାନଙ୍କର ଅଭିଭାବକଙ୍କୁ ଅନୁରୋଧ କରିଥିଲେ ।
ସେହିପରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ସୁଦୃଢ଼ ଭବିଷ୍ୟତ ପାଇଁ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ନରେଶ ଚନ୍ଦ୍ର ଜିନାଟା ତାଙ୍କର ପ୍ରାରମ୍ଭିକ ସମ୍ଭାଷଣରେ ମଞ୍ଚାସିନ ଅତିଥିମାନଙ୍କୁ ସ୍ବାଗତ ଜଣାଇବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦୀପେଶ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାର୍ଷିକ ଉତ୍ସବ ସଭା ସମାପ୍ତି ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି ସମୟରେ ଛାତ୍ରଛାତ୍ରୀମାନେ ”ଭାରତ ଏକ ରଙ୍ଗ ଅନେକ” ଏହି ବିଷୟକୁ ଆଧାର କରି ଭାରତର ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ସାଂସ୍କୃତିକ ବିବିଧତାକୁ ବିଭିନ୍ନ ନୃତ୍ୟଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ବାର୍ଷିକୋତ୍ସବରେ ସ୍ଥାନୀୟ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଅଭିଭାବକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ।

No Result
View All Result