No Result
View All Result
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଭର୍ଚ୍ଚୁଆଲ୍ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିକଶିତ ଗାଁ ବିକଶିତ ଓଡ଼ିଶାର ମୂଳ ଲକ୍ଷ୍ୟ ଗ୍ରାମର ବିକାଶରେ ରାଜ୍ୟର ବିକାଶ ସମ୍ଭବ ଏବଂ ୫ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ସହ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ ଆଦି ଦିଗରେ ଏହି ଯୋଜନା ଅଧିକ ଲାଭ ଦାୟକ ହେବ ବୋଲି ଜଣାପଡିଛି ।
ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ବିଡିଓ ଅଂଶୁମାନ ଦାସଙ୍କ ପରିଚାଳନାରେ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ବେଉରା, ଜିଲ୍ଲା ପରିଷଦ ସଦିସ୍ୟା ମିନତୀ ମହାପାତ୍ର, ସାଂସଦ ପ୍ରତିନିଧି ସରୋଜ ମତଗଜ ସିଂହ, ବିଭିନ୍ନ ପଂଚାୟତର ସରପଂଚ , ସମିତିସଭ୍ୟ, ସି.ଆର.ପି. ଏମ୍.ବି.କେଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀମାନେ ଯୋଗଦେଇଥିଲେ ।

No Result
View All Result