No Result
View All Result
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖୋର୍ଦ୍ଧା ଜଙ୍କିଆ ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆଜି ବାଙ୍କୀ ବ୍ଲକ ପକ୍ଷରୁ କଚେରୀ ପଡିଆ ଠାରେ ସିଧା ପ୍ରସାରଣ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶାର କାର୍ଯ୍ୟକ୍ରମର ଶୁଭାରମ୍ଭରେ ମୂଳ ଲକ୍ଷ୍ୟ ହେଲା ଗାଁ ଓ ସହରରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଓ ସୁବିଧାର ଅନ୍ତରକୁ କମ୍ କରିବ ।
ଏହି କାର୍ଯ୍ୟକ୍ର୍ରମ ମାଧ୍ୟମରେ ଗ୍ରାମସଭା ଗୁଡିକରେ ଆଲୋଚନା କରାଯାଇ ସବୁ ନିଷ୍ପତ୍ତି ନିଆଯିବା ସହ ଏହା ୫ବର୍ଷ ପାଇଁ ୫ହଜାର କୋଟି ବ୍ୟୟ ବରାଦ କରାଯାଇଛି । ତତ୍ସହିତ ଗାଁର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବା ସହ ଗ୍ରାମାଞ୍ଚଳର ପର୍ଯ୍ୟଟନ, କ୍ରୀଡା ଭିତ୍ତିଭୂମି, ରାସ୍ତା, ସେତୁ, କଲ୍ୟାଣମଣ୍ଡପ, ମାର୍କେଟ ସେଡ୍ର ଉନ୍ନୟନମୂଳକ କାର୍ଯ୍ୟ ହେବବୋଲି ଜଣାପଡିଛି ।
ଏହି ଅବସରରେ ବାଙ୍କୀ ବ୍ଲକର ବିଡିଓ ସଂଗ୍ରାମ କେଶରୀ ବଳଙ୍କ ସଂଚାଳନରେ ଜିଲ୍ଲା ପରିଷଦ ସଦସ୍ୟ ସଂଜୟ କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ସାହୁ, ସାଂସଦଙ୍କ ପ୍ରତିନିଧି ଜୟନ୍ତ ବେଉରା, ସରପଂଚ ପ୍ରଦ୍ୟୁମ୍ନ ସୁବୁଦ୍ଧି, ଆର୍ତ୍ତବନ୍ଧୁ ବେହେରା, ପଂଚାୟତ ଅଧିକାରୀ ଅଶୋକ ମିଶ୍ର, ଅକ୍ଷୟ କୁମାର ସାମଲଙ୍କ ସମେତ ବାଙ୍କୀ ବ୍ଲକର ୨୦ଗୋଟି ପଂଚାୟତର ସରପଂଚ , ସମିତି ସଭ୍ୟ, ସି.ଆର.ପି, ଏମ୍.ବି.କେ ଏବଂ ବ୍ଲକର କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ ।

No Result
View All Result