No Result
View All Result
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିକ୍ରିଡା ଗ୍ରାମର ସନାତନ ସାମଲ ଆଉ ଇହଧାମରେ ନାହାନ୍ତି କଥାଟି ସୁଣିଲା ପରେ ନୂଆଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସନାତନ ସାମଲ ଥିଲେ ନୂଆଗାଁ ବ୍ଲକ ବିଜେଡି ସଭାପତି,ଜଣେ ସମାଜ ସେବୀ,ଦକ୍ଷ ସଂଗଠକ ସିକ୍ରୀଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ, ଗତ କିଛି ଦିନତଳେ ମହିତ୍ତମାରୁ ନିଜ ଗ୍ରାମ ସିକ୍ରିଡା ଅଭିମୁଖେ ମଟରସାଇକେଲରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।
ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ତାଙ୍କର ଦେହ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସୂଚନା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଭୂ ଜଗନ୍ନାଥ ପାଖରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

No Result
View All Result