୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଅନ୍ତା :- ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା, ଥାନା ଅନ୍ତର୍ଗତ ଜୟଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଠାରେ ଦୃତ ବେଗରେ ଆସୁଥିବା ଏକ ହ।ୱା ଟ୍ରକଟି ନୂଆସାହି ଗ୍ରାମର ପୀତବାସ ପଣ୍ଡାକୁ ଧକା ଦେବାରୁ ଘଟଣାସ୍ଥଳରେ ତାର ମୃତ ଘଟିଛି । ଖବର ପାଇ ସେଠାରେ ପୋଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି । ଘଟଣା ସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଛି । ବାଲିପାଟଣା , ବାଲିଅନ୍ତା ଅଂଚଳରେ ଦିନକୁ ,ଦିନ ଗାଡ଼ି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି l ସେଥି ପ୍ରତି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

କିଛି ଦିନ ପୂର୍ବରୁ ଏକ ଅଜଣା ହାଇୱା ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିଲେ….ଆଜି ମଧ୍ୟ୍ୟ ଏକ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି l ସେଥି ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ଗ୍ରାମ ପଂଚାୟତ ନୁଆସାହି ଗ୍ରାମର ପୀତବାସ ପଣ୍ଡା l ଏହି ଘଟଣାଟି ଘଟିଛି ଜୟଦେବ ଉଚ୍ଚ ବିଦ୍ୟାଳୟ ସମୁଖରେ…. ସ୍କୁଲ ସମୁଖରେ ଯେଉଁ ମୁଖ୍ୟ ରାସ୍ତା ରହିଛି .. ଏହି ରାସ୍ତା ଦେଇ ପ୍ରତେକ ଦିନ ଅଧିକାଂଶ ହାଇୱା ଗାଡି ଯାତାୟାତ କରୁଛି… ଏଠାରେ ଆଜି ଏକ ଜୀବନ ଗଲା















