No Result
View All Result
0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :- କନ୍ଧମାଳସ୍ଥିତ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଶୁକ୍ରବାର ଏହି ଉତ୍ସବ ପାଳିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ମାର୍ଗଦର୍ଶନ ପାଇଁ ଉଚ୍ଚପ୍ରଶଂସା କରିଥିଲେ ଜିଲ୍ଲାପାଳ । ଏହାସହିତ ନିଜର ପିଲାମାନଙ୍କୁ ଯଥେଷ୍ଟ ସମୟ ଦେବାକୁ ସେମାନଙ୍କର ଅଭିଭାବକଙ୍କୁ ଅନୁରୋଧ କରିଥିଲେ ।
ସେହିପରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ସୁଦୃଢ଼ ଭବିଷ୍ୟତ ପାଇଁ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ନରେଶ ଚନ୍ଦ୍ର ଜିନାଟା ତାଙ୍କର ପ୍ରାରମ୍ଭିକ ସମ୍ଭାଷଣରେ ମଞ୍ଚାସିନ ଅତିଥିମାନଙ୍କୁ ସ୍ବାଗତ ଜଣାଇବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦୀପେଶ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାର୍ଷିକ ଉତ୍ସବ ସଭା ସମାପ୍ତି ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମୟରେ ଛାତ୍ରଛାତ୍ରୀମାନେ ”ଭାରତ ଏକ ରଙ୍ଗ ଅନେକ” ଏହି ବିଷୟକୁ ଆଧାର କରି ଭାରତର ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ସାଂସ୍କୃତିକ ବିବିଧତାକୁ ବିଭିନ୍ନ ନୃତ୍ୟଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ବାର୍ଷିକୋତ୍ସବରେ ସ୍ଥାନୀୟ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଅଭିଭାବକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ।

No Result
View All Result