No Result
View All Result
୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର-ହରିରାଜୁପର ଆଞ୍ଚଳିକ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବଳଭଦ୍ର ରାଉତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ପ୍ରଦାନ କରାଯାଇଛି । ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପଦ୍ମନାଭ ନନ୍ଦ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ, ମୁଖ୍ୟବକ୍ତା ଭାବେ ଓଷ୍ଟାର ପୂର୍ବତନ ରାଜ୍ୟକୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା ଯୋଗଦାନ କରି ଶ୍ରୀ ରାଉତଙ୍କୁ ଜଣେ ଆଦର୍ଶ ଶିକ୍ଷକ ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଓଷ୍ଟା ପୂର୍ବତନ ସଂପାଦକ ଲକ୍ଷ୍ମୀଧର ସାହୁ, ପୂର୍ବତନ ଜିଲ୍ଲାସଭାପତି ଭାବଗ୍ରାହୀ ମହାପାତ୍ର, ରତାପାଟ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଜୟ କୁମାର ଛତ୍ର,
ଡକ୍ଟର ଗଣେଶ୍ୱର ସ୍ୱାଇଁ, ଅମରେନ୍ଦ୍ର ସ୍ୱାଇଁ, ସରପଂଚ ଅଦୈତ୍ୟ ବେଉରା, ପୁରାତନ ଛାତ୍ର ସଂସଦ ସଭାପତି ବିଭୂପ୍ରସାଦ ସାମଲ, ପୁରାତନ ଛାତ୍ର ପ୍ରଦୀପ କୁମାର ଜେନା, ପ୍ରଶାନ୍ତ ନାୟକ, ଲିପ୍ସା ପଣ୍ଡା, ପର୍ଶୁରାମ ସାହୁ, ପ୍ରଦୀପ କୁମାର ଧଳ, ଶ୍ରବଣ ସେଠୀ, ମେଘନାଦ ସ୍ୱାଇଁ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରି ଶ୍ରୀ ରାଉତଙ୍କ ପାଠ ପଢ଼ା ଶୈଳୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଡକ୍ଟର ଜୟନ୍ତୀବାଳା ଜେନା, ଦାସରଥି ବେଉରା, କୃପାସିନ୍ଧୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀ ସ୍ୱାଇଁଙ୍କୁ ମାନପତ୍ର , ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରେମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result