No Result
View All Result
୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଂଚାୟତର ବଣିକ ସଂଘର ସଭାପତି ସ୍ୱର୍ଗତ ଚିନ୍ତାମଣି ପ୍ରଧାନଙ୍କ ଏକାଦଶ ଉପଲକ୍ଷେ ଏକ ଅଶ୍ରୁଳ ଶ୍ରଦ୍ଧଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ସ୍ୱର୍ଗତ ଚିନ୍ତାମଣି ପ୍ରଧାନ ଏକାଧାରରେ ଜଣେ ସମାଜସେବୀ, ଉତ୍ସର୍ଗୀକୃତ ମଣିଷ, ଗାଁ ମାଟିର ସ୍ୱାର୍ଥ ପାଇଁ ସବୁବେଳେ ସଂଗ୍ରାମ ଜାରି ରଖିଥିଲେ ବୋଲି ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ୩୮ନମ୍ବର ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ତାଳବସ୍ତ ପ୍ରାଥମିକ ସେବାସମବାୟ ସମିତି ସଭାପତି ଅକ୍ଷୟ କୁମାର ବେହେରା, ବଣିକ ସଂଘ ସଂପାଦକ ବଂଶୀଧର ସ୍ୱାଇଁ, ସମାଜସେବୀ ସୁଧାକର ନାୟକ,
ଶ୍ୟାମ ପ୍ରଧାନ, ଗଦାଧର ବସ୍ତି, ସମିତି ସଭ୍ୟା ସଂଯୁକ୍ତା ବରାଡ, ସମାଜସେବୀ ରାଜକିଶୋର ମହାନ୍ତି, ସରପଂଚ ଜ୍ୟୋତିର୍ମୟୀ ସାହୁ, ପ୍ରତିନିଧି ଆଲୋକ କୁମାର ସାହୁ, ବିମଳକୁମାର ଧଳସାମନ୍ତ ପ୍ରଭୃତି ଯୋଗଦେଇ ତାଙ୍କର ବହୁମୁଖୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ , ବାଙ୍କୀ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ତାଙ୍କ ବାସଭବନରେ ପହଞ୍ôଚ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ସମାଜସେବାର ପ୍ରଶଂସା କରିଥିଲେ । ଏହି ସଭାରେ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର, ସୁମନ ଛାଟୋଇ, ଗିରିଶ ଛାଟୋଇ, କିଷାନ ଛାଟୋଇ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଏବଂ ଏନ୍.ଏ.ସିର ବହୁ ଆଗଧାଡିର ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

No Result
View All Result