No Result
View All Result
୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି :- କଟକ ଜିଲ୍ଲା ଅନ୍ତର୍ଗତ ଦେବି କନ୍ଦଳ ନିତ୍ୟାନନ୍ଦ , ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର ରେ ” ଭ୍ରୁଣ ଦୋଷର କାରଣ, ନିରାକରଣର ଗବେଷଣାମତକ ” ବିଷୟରେ ଆଲୋଚନା ହୋଇଯାଇ ଅଛି। ଏହି ଉସ୍ଛଵକୁ ନିଆଳି ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ, ଡକ୍ଟର ସତ୍ୟ ନାରାୟଣ ସାହୁ,ପ୍ରଦୀପ ପ୍ରଜ୍ୱାଲନ କରି ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ମାର୍କଣ୍ଡେଶ୍ୱର ଦାସ ଏହି ସଭାରେ ସଭାପତି ରୂପେ କାର୍ଯ ତୁଲେଇବା ସଙ୍ଗେ ସଙ୍ଗେ ବିଶ୍ଵବିଦ୍ୟାଳୟ ସ୍ତରରେ କୃତିତ୍ୱ ଅର୍ଜନ କରିବା ପାଇଁ ପ୍ରେରଣା ଦେଇଥିଲେ ।
ପାଠଚକ୍ର ସମ୍ପାଦକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ବିଭାଗୀୟ ମୁଖ୍ୟ ସ୍ଵପ୍ନା ପତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଆଲୋଚ୍ୟ ବିଷବସ୍ତୁକୁ ଅତି ସରଳ ଭାବରେ ସାରଗମ୍ୟ ତଥ୍ୟ ସହ ବର୍ଣ୍ଣନା କରିଥିଲେ। ଅଧ୍ୟାପିକା ପ୍ରିୟଦର୍ଶିନି ଲେଙ୍କା ଆଲୋଚ୍ୟ ବିଷୟ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ଏହି ସଭାରେ ରାଜେଶ ସେନାପତି,ଅଶୋକ କୁମାର ରଥ ,ସ୍ୱାଗତିକା ବିରାଟ ,ମନୋଜ ସେନାପତି ,ନିରଞ୍ଜନ ମହାପାତ୍ର, ଓ ବିଭାଗର ସମସ୍ତ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ।

No Result
View All Result