• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ୱର୍ଗତ ନବ ଦାସ ଥିଲେ କ୍ରାନ୍ତିକାରୀ, ଚିନ୍ତାନାୟକ ଓ ଦରଦୀ ରାଜନେତା ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକରେ ସାତଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ

Proprietor Abhimanyu Maharana by Proprietor Abhimanyu Maharana
January 30, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସ୍ୱର୍ଗତ ନବ ଦାସ ଥିଲେ କ୍ରାନ୍ତିକାରୀ, ଚିନ୍ତାନାୟକ ଓ ଦରଦୀ ରାଜନେତା ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକରେ ସାତଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ
Share on FacebookShare on TwitterWhatsapp

୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ନବ ଦାସ ସ୍ମାରକୀ ଫାଉଣ୍ଡେସନ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସହିତ ସମ୍ବର୍ଦ୍ଧନା ସଭା ବୁଧବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଫାଉଣ୍ଡେସନର ଅଧ୍ୟକ୍ଷ, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ସମ୍ପାଦକ ବିଷ୍ଣୁ ପ୍ରସାଦ କେଡ଼ିଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା,

ସମ୍ମାନିତ ଅତିଥି ଭାବେ କଟକ ମେୟର ସୁବାସ ସିଂ, ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମରଣିକା ପୁସ୍ତକ ‘ସ୍ମୃତିରେ ନବ’ ଲୋକାର୍ପିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ଶ୍ରଦ୍ଧାଞ୍ଜଳି ଜଣାଇ ମତବ୍ୟକ୍ତ କରିଥିଲେ ଯେ, ନବବାବୁ ଉତ୍ତର ପିଢିକୁ ପ୍ରେରଣା ଦେବା ସହିତ ଅସହାୟ ବ୍ୟକ୍ତିଙ୍କ ସ୍ୱର ପାଲଟିଥିଲେ । ସେହିପରି ଶ୍ରୀ ମିଶ୍ର କହିଲେ ଯେ, ସମାଜସେବା, ସ୍ୱାସ୍ଥ୍ୟ ସହିତ ସାଧାରଣ ଜନତାଙ୍କ ସହିତ ମିଶିବାର କଳାରେ ସେ ବଶ୍ ସିଦ୍ଧହସ୍ତ ଥିଲେ ।

ଶ୍ରୀ କାନୁନଗୋ କହିଲେ ଯେ, ସାଧାରଣ ମଣିଷଙ୍କ ପ୍ରତି ସେବା, ସମର୍ପଣଭାବ ସହିତ ମାନବୀୟ ମୂଲ୍ୟବୋଧ, କୃଷି, ଶିଳ୍ପ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସମଗ୍ର ଓଡ଼ିଶା ତଥା ଝାରସୁଗୁଡ଼ାର ଉନ୍ନତି ପାଇଁ ସର୍ବଦା ସେ ଚେଷ୍ଟିତ ଥିଲେ । ସ୍ମୃତିଚାରଣ ପୂର୍ବକ ଡଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରି କହିଲେ ଯେ, ସ୍ୱର୍ଗତ ନବ ଦାସ ଜଣେ ଦରଦୀ ବନ୍ଧୁ ସହ ଧାର୍ମିକ ବ୍ୟକ୍ତି ଥିଲେ, ଏହା ଖୁବ୍ କମ୍ ଲୋକ ଜାଣନ୍ତି । ସ୍ୱର୍ଗତ ଦାସଙ୍କ ମୃତ୍ୟୁ ଏକ ରହସ୍ୟଜନକ ଘଟଣା, ଏହାର ସିବିଆ ତଦନ୍ତ ଦ୍ୱାରା ପ୍ରତୃକ ତଥ୍ୟ ଉନ୍ମୋଚିତ ହେବ ବୋଲି ଶ୍ରୀ ଗଣେଶ୍ୱର ବେହେରା ଓ ଶ୍ରୀ ସନ୍ତୋଷ ସିଂ ସାଲୁଜା କହିଥିଲେ । ପ୍ରକୃତରେ କହିବାକୁ ଗଲେ ନବବାବୁ ଥିଲେ କ୍ରାନ୍ତିକାରୀ ଜନନାୟକ ଓ ସାଧାରଣ ଜନତାର ନେତା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଶ୍ରେଷ୍ଠ ବିଧାୟକ ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ସାମ୍ବାଦିକତା ପାଇଁ ସତ୍ୟ ସୁନ୍ଦର ଭଞ୍ଜ, ସୂଚନା ଅଧିକାର ପାଇଁ ପ୍ରଦୀପ ପ୍ରଧାନ, ସ୍ତମ୍ଭକାର ଶିବଶଙ୍କର ନନ୍ଦ, ପରିବେଶ ପାଇଁ ଅଶୋକ କୁମାର ସାହୁ, ସମାଜସେବା ପାଇଁ ଜୟନ୍ତ ଦୀକ୍ଷିତ ପ୍ରମୁଖ ସାତଜଣ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱଙ୍କୁ ଅତିଥିମାନେ ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବାଗ୍ମୀ ପ୍ରଦ୍ୟୁମ୍ନ ଶଥପଥୀଙ୍କ ପାଇଁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ସମ୍ମାନ ଗ୍ରହଣ କରିଥିଲେ ।

ପ୍ରାରମ୍ଭରେ ଆଚାର୍ଯ୍ୟ ଧର୍ମରାଜ ବେଦପାଠ କରିଥିଲେ ଓ ଶେଷରେ ଶ୍ରୀ ବିଷ୍ଣୁପ୍ରସାଦ କେଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ବରୁଣ ରାଜ, ନାରାୟଣ ଓଝା, ମହମ୍ମଦ ସାହାଦୁଲ୍ଲା, ଛବି ମହାନ୍ତି ଓ ରଞ୍ଜନ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ଉମାବଲ୍ଲଭ ମହାପାତ୍ର, ଶ୍ରମିକ ନେତା ନବ ମହାନ୍ତି, ସ୍ୱାଧୀନତା ସଂଗ୍ରାମୀ ଫୋରମର ସମ୍ପାଦକ ପ୍ରଶାନ୍ତ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିଶ୍ୱଜିତ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ

କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ

October 10, 2026
ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

October 10, 2026
କୁଇବାହାଲ ରେ ନୁଆଁଖାଇ ଭେଟ

କୁଇବାହାଲ ରେ ନୁଆଁଖାଇ ଭେଟ

October 10, 2026
ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration

ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ

October 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ

କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ

October 10, 2026
ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

October 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version