No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ତରଫରୁ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସଭା ଗୃହ ପରିସରରେ ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଥାନା ଏସ. ଆଇ. ଭୋଳାନାଥ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର କିପରି ପାଇ ପାରିବେ ସେ ନେଇ ଆଲୋଚନା ହେବା ସହ ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ସ୍ଥାନ ଚି଼ହ୍ନଟ କରିବା ବିଷୟ ସ୍ଥାନୀୟ ତହସିଲଦାର ଙ୍କୁ ଦିଆଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ମନ୍ନଥ କୁମାର ରାଉଳ ପ୍ରକାଶ କରିଥିଲେ l
ସଂଘର ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ଜମ୍ପିକ ବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଏହା ପରେ ସଂଘର ସମସ୍ତ ସଦସ୍ୟ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସ ରେ ପହଞ୍ଚି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ଅନ୍ତେବାସୀ ଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ l ଏଥିରେ ସଂଘର ସଦସ୍ୟ ପ୍ରହ୍ଲାଦ ପ୍ରସାଦ ଲେଙ୍କା, ବଂଶୀଧର ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ରମାକାନ୍ତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result