No Result
View All Result
୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ଗତ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ସାରା ଦେଶରେ ପାଳିତ ହେଉଥିବା ବେଳେ, ୨୬ ତାରିଖ ସଂନ୍ଧ୍ୟାରେ ଗାଁ ରେ ଯନ୍ତାଳ ପାଇଁ ବସିଥିବା ସଭାରେ ଗ୍ରାମର ଉନ୍ନତି ମୂଳକ କାମ ପାଇଁ ହୋଇ ଥିଲା ଆଲୋଚନା l ପରସ୍ପର ଭିତରେ ହେଲେ କଥା କଟା କଟି, ଚାଲିଲା ଧସ୍ତା ଧସ୍ତି, ଛଡ଼େଇବାକୁ ଚାଲି ଆସିଲେ ଗାଁର କିଛି ଯୁବକ, ସୂଚନା ମୁତାବକ ଏହି ପରିପ୍ରେକ୍ଷୀରେ ସୁମନ୍ତ ପାଢ଼ୀ ଘର ଭିତରୁ ତରତରରେ ଆସିବା ବେଳେ ଦୁଆର ପାହାଚରେ ପଡି ମୁଣ୍ଡ ଫାଟି ଯାଇଥିଲା, ଏହାକୁ ଦେଖି ଆଶା କର୍ମୀ ସୌଦାମିନୀ ପାଢ଼ୀ ସେବି ତରତର ହୋଇ ଦୌଡ଼ି ଆସିବାରୁ ତାଙ୍କର ମୁଣ୍ଡ କାନ୍ଥରେ ବାଡେଇ ହୋଇ ମୁଣ୍ଡ ଫାଟି ଯାଇଥିଲା ବୋଲି ନିଜେ ସୌଦାମିନୀ କହିଛନ୍ତି । 
ବହିଲା ଧାର ଧାର ରକ୍ତ, ଏହି ଘଟଣାଟି ଘଟି ଯାଇଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଲୋଧାଚୁଆ ପଂଚାୟତର ମାନ ପୁର ଗ୍ରାମରେ। ଯଥା ଶୀଘ୍ର ଗ୍ରାମ ବାସୀ ମାନେ ପୀଡ଼ିତ ଦ୍ବୟଙ୍କୁ ପହଞ୍ଚାଇଲେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ, ରଣପୁର ଡାକ୍ତରଖାନାରେ ଚାଲିଲା ଚିକିତ୍ସା, ଡାକ୍ତରଙ୍କ ତତ୍ୱାବଧାରେ ସୁମନ୍ତଙ୍କ ମୁଣ୍ଡରେ ଲାଗିଲା ସଂଖ୍ୟାଧିକ ଷ୍ଟିଚ, ଓ ସୌଦାମିନୀ ପାଢ଼ୀଙ୍କ ମୁଣ୍ଡବି ବ୍ୟାଣ୍ଡେଜ ହୋଇଛି l 
ଅବଶ୍ୟ ଡାକ୍ତରଙ୍କ କହିବା ଅନୁସାରେ ଉଭୟଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି, କୃଷକ ସାଥୀ ଉମେଶ ପାଢ଼ୀଙ୍କର ଲିଖିତ ମିଥ୍ୟା ଅଭିଯୋଗ ଅନୁସାରେ ରଣପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଛଅ ଜଣଙ୍କ ବିରୋଧରେ ଅଭିଯୋଗ ଥିଲେବି ଅନୁସନ୍ଧାନ ଜାରି ରହିଛି ବୋଲି ରଣପୁର ଥାନାର ଅନୁସଂଧାନକାରି ଅଫିସର କୃତିବାସ ହରିଚନ୍ଦନ କହିଛନ୍ତି । ଘଟଣାଟିକୁ ସଠିକ୍ ତଦନ୍ତ କରା ଯାଇ ଉପଯୁକ୍ତ ଦୋଷୀକୁ ଦଣ୍ଡିତ କରାଗଲେ ଗ୍ରାମ ବାସୀ ଖୁସି ହେବେ ବୋଲି ଜଣାଇଛନ୍ତି ।

No Result
View All Result