No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ/ତୁମୁଡ଼ିବନ୍ଧ :- ସେବା ସମର୍ପଣ ସାଂସ୍କୃତିକ ପରିଷଦ ଗୁମା ଠାରେ ସାଧାରଣ ତନ୍ତ୍ର ଦିବସ ମହାଡମ୍ବର ସହକାରେ ପାଳିତ ହୋଇଛି l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଗୁମା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଞ୍ଜୁ ମଲିକ,ସଭାପତି ସଞ୍ଜୟ କୁମାର ମାଝୀ,ସମ୍ପାଦକ ମଦନ ପରାସେଠ,କୋଷାଧ୍ୟକ୍ଷ ଭୀମରାଜ ବଡ଼ନାୟକ,ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ଅମରସେଠ,ସହ ସମ୍ପାଦକ କାହ୍ନୁ ଚରଣ ପାତ୍ର, ଉପ କୋଷାଧକ୍ଷ ସଚିନ୍ଦ୍ର ପରାସେଟ, ବୀରେନ୍ଦ୍ର ଜାନି, ଗିରିଧାରୀ ପରାସେଠ, ମଳୟରଞ୍ଜନ ପରାସେଠ, ଜଗନ୍ନାଥ ନାୟକ ରାଜେଶ ପୂଜାରୀ,
ଦେବେନ୍ଦ୍ର ଜାନି, ପରମାନନ୍ଦ ବିଶିମାଝି,ଉତ୍କଳ କେଶରୀ ମାଝୀ, ରାମଚନ୍ଦ୍ର ମାଝୀ, ମାନସ ଜାନି,ବିଭୁତି ନାୟକ,ପାନୁଏଲ ମଝିଆସେଠ , ଅମିତ ପରାସେଠ ସମସ୍ତ ସଦସ୍ୟ ଓ ସ୍କୁଲ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଗାଁର ବିକାଶ ହେଲେ ସମଗ୍ର ଭାରତର ବିକାଶ ହୋଇପାରିବ ସେଦିଗରେ ସଭିଏଁ ସକଳ୍ପ ନେବା ଓ ଏକଜୁଟ ହୋଇ ଜାତି ଧର୍ମ, ଦଳ ନିର୍ବିଶେଷରେ କାର୍ଯ୍ୟ କଲେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚିବ ।
ଗାଁ ର ମାନଚିତ୍ର ବଦଳିଲେ ଗରିବ, ଖଟିଖିଆ, ଚାଷୀର ମଧ୍ୟ ସ୍ଵଭାଵ, ଆଚାର ବ୍ୟବହାର ବଦଳିବ ସଙ୍ଗେ ଲୋକେ ରୋଜଗାର କ୍ଷମ ହୋଇପାରିବେ ଏହା ଦ୍ୱାରା ସମାଜରେ ଆମ୍ଭେ ଗ୍ରହଣୀୟ ହୋଇ ସେବା ସମର୍ପଣ ସମର୍ପଣ ସାଂସ୍କୃତିକ ପରିଷଦର ଲକ୍ଷ୍ୟ ସାଧିତ ହୋଇ ପାରିବ ବୋଲି କହିଛନ୍ତି ସେବା ସମର୍ପଣ ସାଂସ୍କୃତିକ ପରିଷଦ ର ସଭାପତି ସଞ୍ଜୟ କୁମାର ମାଝୀ । ଏଥିସହିତ ଜଳ, ଜମି, ଜଙ୍ଗଲ, ଜୀବିକା ସଂଗ୍ରକ୍ଷଣ ଦିଗରେ ସମସ୍ତେ ନିଜ ନିଜର ଅବିଭାଷଣ ମଧ୍ୟ ରଖିଲେ । ଶେଷରେ ମିଷ୍ଠାନ୍ନ ବଣ୍ଟନ କରି ସାଧାରଣ ତନ୍ତ୍ର ଦିବସ ପାଳନ ଉତ୍ସବ ସାଙ୍ଗ କରାଗଲା ।

No Result
View All Result