• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
January 24, 2025
in ଓଡ଼ିଶା, କନ୍ଧମାଳ, ବାଣିଜ୍ୟ, ହୋମ୍
0
କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ
Share on FacebookShare on TwitterWhatsapp

୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- ଜାତୀୟ କନ୍ୟା ଶିଶୁ ଦିବସ ୨୪ ଜାନୁଆରୀ, ୨୦୨୫ ଅବସରରେ ଏକ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଏବଂ ହମାରା ବଚପନ ଟ୍ରଷ୍ଟ ଦ୍ୱାରା ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଶିଶୁ ସୁରକ୍ଷା ବିଶାରଦ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ଗୋଷ୍ଠୀ ସଦସ୍ୟ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ସମେତ ପ୍ରାୟ ୨୦୦ ଜଣ ଅଂଶଗ୍ରହଣ କରିଥିଲେ ।

ଫୁଲବାଣୀର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡିଏମ୍ଓ) ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲୁ୍ୟଓ), ସୁରକ୍ଷା ଅଧିକାରୀ (ପିଓ), ଶିଶୁ ମଙ୍ଗଳ କମିଟି (ସିଡବ୍ଲୁ୍ୟସି)ର ଚେୟାରପର୍ସନ ଏବଂ ସଦସ୍ୟବୃନ୍ଦ, ବାଳ ଅପରାଧ ନ୍ୟାୟ ବୋର୍ଡ (ଜେଜେବି)ର ସଦସ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପ୍ରମୁଖ ଉପସ୍ଥିତ ଥିଲେ ।

ପରାମର୍ଶମୂଳକ ବୈଠକରେ କନ୍ଧମାଳକୁ ଏକ ବାଲ୍ୟ ବିବାହ-ମୁକ୍ତ ଜିଲ୍ଲାରେ ପରିଣତ କରିବାକୁ ସମସ୍ତ ସହଭାଗୀଙ୍କ ମଧ୍ୟରେ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଜୋର୍ ଦିଆଯାଇଥିଲା । ଏକ ଅଣ ଲାଭଜନକ ସଂଗଠନ ହମାରା ବଚପନ ଟ୍ରଷ୍ଟ (ଏଚବିଟି) କୈଳାସ ସତ୍ୟାର୍ଥୀ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ (କେଏସ୍ସିଏଫ) ସହିତ ସହଭାଗୀତାରେ ‘ଆକ୍ସେସ ଟୁ ଜଷ୍ଟିସ’ (ନ୍ୟାୟର ସୁଯୋଗ ନେବା) କାର୍ଯ୍ୟକାରୀ କରୁଛି ।

ଏହି ପ୍ରୟାସ ବାଲ୍ୟ ବିବାହ ନିରାକରଣ ଏବଂ ପିଲାମାନଙ୍କୁ ଚାଲାଣ ଓ ଶିଶୁ ଶ୍ରମିକ ପ୍ରଥାରୁ ସୁରକ୍ଷା ପ୍ରଦାନ କରିବା ଉପରେ ଦୃଷ୍ଟିନିବଦ୍ଧ କରିଥିଲା । ୨୦୨୪ରୁ କାର୍ଯ୍ୟକାରୀ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ରାଇକିଆ, ଟିକାବାଲି, ଫିରିଙ୍ଗିଆ ଏବଂ ଫୁଲବାଣୀ ଆଦି ବ୍ଲକ୍ର ପାଞ୍ଚଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୦ଟି ଗ୍ରାମରେ କାର୍ଯ୍ୟକାରୀ ହେଉଛି । ଗୋଷ୍ଠୀକୁ ଅଧିକ ନିୟୋଜିତ କରିବା ନିମନ୍ତେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ନିମନ୍ତେ ମେହନ୍ଦି ଡିଜାଇନ, ଫ୍ୟାନ୍ସି ଡ୍ରେସ, କୁଇଜ ଏବଂ ପାସିଂ ଦି ବଲ୍ ସମେତ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

‘ବେଟି ବଚାଓ ବେଟି ପଢାଓ’ ପ୍ରୟାସର ୧୦ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲ୍ୟାବସ୍ଥାରେ ବାଳିକାମାନଙ୍କର ବିବାହକୁ ରୋକିବା ଏବଂ ସେମାନଙ୍କୁ ଶିକ୍ଷିତ କରିବାର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବାକୁ ଏକ ଦସ୍ତଖତ ଅଭିଯାନ ହାତକୁ ନିଆଯାଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ଏକ ମିଲେଟ ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀ, ବିଶେଷକରି କିଶୋରୀ ବାଳିକା ସ୍ୱାସ୍ଥ୍ୟକର ମିଲେଟ୍ ଭିତ୍ତିକ ଜଳଖିଆ ଉପଭୋଗ କରିଥିଲେ ।

ଏଥିସହିତ ପାଞ୍ଚଜଣ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ପାଞ୍ଚଜଣ ଶିଶୁ କନ୍ୟାଙ୍କୁ କ୍ରୀଡ, ଶିକ୍ଷା, ପରଫରମିଂ ଆର୍ଟସ୍ ଏବଂ ଗୋଷ୍ଠୀସ୍ତରୀୟ ପ୍ରୟାସ ଏବଂ ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ସୃଷ୍ଟି କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁମାନଙ୍କର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସମ୍ମିଳିତ ଭାବରେ କାର୍ଯ୍ୟ କରିବାକୁ ସମସ୍ତ ସହଭାଗୀ ଏକମତ ହେବା ସହିତ ପରାମର୍ଶମୂଳକ ବୈଠକ ସମାପ୍ତ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version