No Result
View All Result
୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ମା’ବ୍ରହ୍ମେଇ ପୀଠ ଠାରେ ୧୯୬୮ମସିହା ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପୁରାତନ ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସରୋଜ କୁମାର ସାହୁ ବନ୍ଧୁମାନଙ୍କୁ ସ୍ୱାଗତ କରିବା ସହ ସ୍ୱର୍ଗତ ବାଙ୍କ ବିହାରୀ ଦାଶ ଏବଂ ସ୍ୱର୍ଗତ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦେବତାଙ୍କ ବିୟୋଗରେ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ ।
ସାଙ୍ଗମାନେ ସେମାନଙ୍କ ଜୀବନର ଅନୁଭୂତି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କାଶିନାଥ ସାହୁ, ସୁବାସ ଚନ୍ଦ୍ର ମିଶ୍ର, ପତୀତପାବନ ମହାପାତ୍ର, ମଦନମୋହନ ମନ୍ତ୍ରୀ, ଋଷି କୁମାର ରଣା, ଦିନବନ୍ଧୁ ତ୍ରିପାଠୀ, ସୁଦର୍ଶନ ରାଉତ ପ୍ରମୁଖ ୬୦ଜଣ ଯୋଗଦାନ କରିଥିଲେ । ବରେନ୍ଦ୍ରକୃଷ୍ଣ ପ୍ରତିମୂର୍ତ୍ତିି ସ୍ଥାପନ ପାଇଁ ସାହାଯ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

No Result
View All Result