No Result
View All Result
୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନରସିଂହପୁର :- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ନରସିଂହପୁର ର ଅଗ୍ରଣୀ ସାମାଜିକ ସଙ୍ଗଠନ ସାର୍ପ ସଂଗଠନ ପକ୍ଷରୁ 17 ତମ ମିନି ମାରାଥନ ଅନୁଷ୍ଠିତ ହୋଇ ଯାଇଛି । ଚମ୍ପେଶ୍ୱର୍ ଠାରୁ ନରସିଂହପୁର ପର୍ଯ୍ୟନ୍ତ 10 କିଲୋମିଟର ଦୂର ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ମାରାଥନ କୁ ଚମ୍ପେଶ୍ଵର ନରସିଂହପୁର ତହସିଲଦାର ବିଶ୍ଵ ରଞ୍ଜନ ବିଶ୍ୱାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା ଉପସ୍ଥିତ ଥିଲେ ।
ନରସିଂହପୁର ମହାବିଦ୍ୟାୟରୁ ଠାରୁ କ୍ଲବ ପଡ଼ିଆ ପର୍ଯ୍ୟନ୍ତ ଚାଲିଥିବା ଉଭୟ ପୁରୁଷ ଓ ମହିଳା ବର୍ଗର ମାରାଥନ କୁ ଆଡିସନାଲ ଡ଼ିଜି ସଞ୍ଜୀବ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଉଭୟ ବର୍ଗରେ ଛଅ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଚମ୍ପେଶ୍ଵର୍ ଠାରୁ ହୋଇଥିବା ମାରାଥନ ରେ ବୌଦ୍ଧ ଜିଲ୍ଲାର ଅଶୋକ ଦଣ୍ଡସେନା ଚମ୍ପିଅନ ହୋଇଥିଲେ । ତାଙ୍କୁ 10 ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଇଥିଲା କଳାହାଣ୍ଡି ଜିଲ୍ଲାର ନୀଳମଣି ଶବର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ନରସିଂହପୁର ର ଜ୍ଞାନେଶ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ l
ମହିଳା ବର୍ଗରେ ଗଜପତି ଜିଲ୍ଲାର ପୁଷ୍ପଲତା ପଲାଇ ଚମ୍ପିଅନ ହୋଇଥିବା ବେଳେ କାନପୁର ର ରୋଜାଲିନ ବେହେରା ଦ୍ୱିତୀୟ ଓ ସରଧାପୁର ର ଚମ୍ପା ଆରୁକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜୁନିଅର ବିଭାଗରେ ଶୁଭମ ପେରେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସନ୍ତୋଷ ବାରିକ ଦ୍ୱିତୀୟ ଓ ପ୍ରବୀଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ନରସିଂହପୁର କ୍ଲବ ଛକ ଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ କଟକ ଗ୍ରାମାଞ୍ଚଳ ଏସ,ପି ପ୍ରତୀକ ସିଂ ଯୋଗଦେଇ ଲକ୍ଷ୍ୟ ସ୍ଥିର ରଖି କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିଵ ବୋଲି କହିଥିଲେ l
ମୁଖ୍ୟ ଅତିଥିଭାବେ ଆଡ଼ିସନାଲ ଡ଼ିଜି ତଥା ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀ ର ନିର୍ଦେଶକ ସଞ୍ଜୀବ ପଣ୍ଡା ଯୋଗଦେଇ ନରସିଂହପୁର ମିନି ମାରାଥନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବର୍ତ୍ତମାନ ଏହି ମାରାଥନ 18 ଟି ଜିଲ୍ଲା ଛୁଇଁଲାଣି ଆଗାମୀ ଦିନରେ ଏହା ସାରା ରାଜ୍ୟ କୁ ଛୁଇଁବ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଯୁବ ସଂଗଠନ ରାଜା ସାହୁ ସାର୍ପ ସଂଗଠନ ର ସଭାପତି ପ୍ରାକ୍ତନ କଲେଜ ଅଧକ୍ଷ କୁଳମଣି ବାରିକ ସଭାରେ ଅଧକ୍ଷତା କରିଥିଲେ । ସାର୍ପ ସମ୍ପାଦକ ବିଜୟ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧକ୍ଷ ନିରଞ୍ଜନ ସାହୁ, ନରସିଂହପୁର କଲେଜ ଅଧକ୍ଷ ସଞ୍ଜୟ କୁମାର ମିଶ୍ର, କଈଜେନ ଅଧକ୍ଷ ଚିତ୍ତ ରଞ୍ଜନ ଭୂୟାଁ ପ୍ରାଇମ୍ ଏକାଡେମି ଅଧକ୍ଷ ରାଧେଶ୍ୟାମ ପଣ୍ଡା ଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ଅଭୟାନନ୍ଦ ଦାଶ ମଞ୍ଚ ପରିଚାଳନା କରିଥିବା ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ବେହେରା, ରଞ୍ଜନ ନାୟକ, ରଞ୍ଜନ ରଶ୍ମି ବେହେରା ,ସନତ କୁମାର ମିଶ୍ର ରିଙ୍କୁ ରଣା,କାହ୍ନୁ ସୁଜିତ କୁମାର ସାହୁ, ଦିବ୍ୟ ଲୋଚନ ମହାନ୍ତି, ଶେଖ ସବିବ୍,ବାସନ୍ତୀ ଦାଶ,ପ୍ରମୁଖ ଙ୍କ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

No Result
View All Result