No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମର ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ‘ଗାଁର ମହକ’ ପତ୍ରିକା ଲୋକାର୍ପଣ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିଥିଲେ । ପ୍ରତିଷ୍ଠାତା କବି ଲଲାଟେନ୍ଦୁ ପଣ୍ଡା ଯୋଗଦାନ କରି ପତ୍ରିକା ସଂପର୍କରେ ଆଲୋକପାତ କରିବା ସହିତ କବିତା ପାଠୋତ୍ସବ ହେବବୋଲି କହିଥିଲେ ।
ନିଳମାଧବ ମିଶ୍ର , ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କୁମାର ଅମୀୟ, ପ୍ରଫୁଲ୍ଲ ପଣ୍ଡା, ସଂକୁନ୍ତଳା ମଲିକ, ରବିନ୍ଦ୍ର ବେଉରା, କଂଗ୍ରେସ ରଣା ପ୍ରମୁଖ ଯୋଗଦାନ କରି ପତ୍ରିକା ଉପରେ ଆଲୋଚନା କରିବା ସହିତ ଉତ୍ସବ ସରସ ସୁନ୍ଦର ହେବାପାଇଁ ମତ ରଖିଥିଲେ । ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result